ଭୋପାଳ,: ମଧ୍ୟପ୍ରଦେଶର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ କୋଲାର ଓ ମୁଙ୍ଗୋଲିରେ ହୋଇଥିବା ଉପ ନିର୍ବାଚନରେ କଂଗ୍ରେସ ବାଜିମାତ୍ କରିଛି। କଂଗ୍ରେସ ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଗଡ଼ରେ ଉଭୟ ଆସନରେ ବିଜେପି ପ୍ରାର୍ଥୀଙ୍କ ପରାଜୟ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନଙ୍କ ଅଡ଼ୁଆ ବଢ଼ାଇ ଦେଇଛି। ମୁଙ୍ଗୋଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ବି୍ରଜେନ୍ଦ୍ର ସିଂ ଯାଦବ ବିଜେପି ପ୍ରାର୍ଥୀ ବାଇ ସାହେବ ଯାଦବଙ୍କୁ ୨,୧୦୭ ଭୋଟରେ ପରାସ୍ତ କରିଛନ୍ତି। ସେହିଭଳି କୋଲାର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ସିଂ ଯାଦବ ବିଜେପି ପ୍ରାର୍ଥୀ ଦେବେନ୍ଦ୍ର କୁମାର ଜୈନଙ୍କଠାରୁ ୮ ହଜାରରୁ ଅଧିକ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। କୋଲାରରେ କଂଗ୍ରେସ ପ୍ରାର୍ଥୀ ୮୨,୫୧୫ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭୪,୪୩୨ ଭୋଟ୍ ପାଇଛନ୍ତି। ମଙ୍ଗୋଲିର ବିଧାୟକ ମହେନ୍ଦ୍ର ସିଂ କାଲୁଖେଡ଼ା ଓ କୋଲାରର ବିଧାୟକ ରାମ ସିଂ ଯାଦବଙ୍କ ଦେହାନ୍ତ ପରେ କଂଗ୍ରେସର ଏହି ଦୁଇଟି ଆସନ ଖାଲି ପଡିଥିଲା। ଗତ ୨୪ ତାରିଖରେ ଏହି ଦୁଇଟି ଆସନ ପାଇଁ ମତଦାନ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶରେ ବିଜେପିକୁ ଉପନିର୍ବାଚନରେ ଲଗାତାର ଝଟ୍୍କା ମିଳୁଥିବା ବେଳେ କଂଗ୍ରେସ ଏଥିରେ ବିପୁଳ ଉତ୍ସାହିତ ହୋଇଛି ।
ମଧ୍ୟପ୍ରଦେଶ ଉପ ନିର୍ବାଚନରେ କଂଗ୍ରେସର ବାଜିମାତ୍
ଫିକା ପଡ଼ିଗଲା ଚୌହାନଙ୍କ ଯାଦୁ
/sambad/media/post_attachments/wp-content/uploads/2018/02/congress-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)