ପଞ୍ଜାବ ପୌର ନିର୍ବାଚନରେ କଂଗ୍ରେସର ବାଜିମାତ୍, ବ୍ୟାକଫୁଟରେ ବିଜେପି

ଚଣ୍ଡିଗଡ଼: ପଞ୍ଜାବରେ ବିଜେପିକୁ ପଛରେ ପକାଇଲା କଂଗ୍ରେସ। କିଛି ବର୍ଷ ହେବ କଂଗ୍ରେସର ପ୍ରଭାବ ଦେଶର ସବୁ ରାଜ୍ୟରେ ହ୍ରାସ ପାଉଥିବା ବେଳେ ପଞ୍ଜାବର ପୌର ନିର୍ବାଚନରେ ଏହାର ଓଲଟା ଫଳାଫଳ ଦେଖିବାକୁ ମିଳିଛି । କୃଷି ଆନ୍ଦୋଳନରେ ପଞ୍ଜାବର ସର୍ବାଧିକ ଚାଷୀ ଯୋଗଦେଇଥିବା ବେଳେ ଏ ମଧ୍ୟ‌ରେ ନିର୍ବାଚନରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। କେନ୍ଦ୍ରରେ ଶାସନ ଗାଦୀରେ ବସିଥିବା ବିଜେପି ପଞ୍ଜାବ ପୌର ନିର୍ବାଚନରେ ସଫଳତା ପାଇବାରୁ ବଞ୍ଚିତ ହୋଇଛି। କଂଗ୍ରେସ ଦଳ ୭ଟି ମହାନଗର ନିଗମ ମଧ୍ୟରୁ  ବଟାଲା, ଭଟିଣ୍ଡା, ମୋଗା, କପୁରତାଲା, ପଠାନକୋଟ ଏବଂ ଆବୋହ ଆଦି ୬ଟି ମ୍ୟୁନିସିପାଲ କର୍ପୋରେସନରେ ବିଜୟ ହାସଲ କରିଛି। ବୁଧବାର ଘୋଷଣା ହୋଇଥିବା ମୋଟ ୧୦୪ ପୌର ପରିଷଦର ନିର୍ବଚନୀ ଫଳାଫଳ ମଧ୍ୟରୁ କଂଗ୍ରେସ ୯୮ଟି ଜିତିଛି।

୬ଟି ମ୍ୟୁନିସିପାଲ କର୍ପୋରେସନର ଫଳାଫଳ ଘୋଷଣା ସରିଥିବା ବେଳେ ମୋହାଲିର ନିର୍ବାଚନ ଫଳାଫଳ ଆସନ୍ତାକାଲି ଘୋଷଣା କରାଯିବ। ଏବେ ଆସନ୍ତୁ ଜାଣିବା କେଉଁ ମ୍ୟୁନିସିପାଲ କର୍ପୋରେସନରେ କଂଗ୍ରେସ କେତେ ୱାର୍ଡ ହାତେଇଛି।

बठिंडा में टूटा पांच दशक पुराना रिकॉर्ड
aajtak

୧. ବଟଲା ମ୍ୟୁନିସିପାଲ କର୍ପୋରେସନ: କଂଗ୍ରେସ ୩୬, ଅକାଳୀ ଦଳ ୬, ବିଜେପି ୪, ଆପ ୩
୨. ମୋଗା ମ୍ୟୁନିସିପାଲ କର୍ପୋରେସନ୍: କଂଗ୍ରେସ ୨୦, ଅକାଳୀ ଦଳ ୧୫, ବିଜେପି ୧, ଆପ ୪,
୩. କପୁରଥାଲା ମ୍ୟୁନିସିପାଲ କର୍ପୋରେସନ୍: କଂଗ୍ରେସ ୪୩, ଅକାଳୀ ଦଳ ୩,
୪. ପଠାନକୋଟ ମ୍ୟୁନିସିପାଲ କର୍ପୋରେସନ୍: କଂଗ୍ରେସ ୩୭, ଅକାଳୀ ଦଳ ୧, ବିଜେପି ୧୧
୫.ଆବୋହର ମ୍ୟୁନିସିପାଲ କର୍ପୋରେସନ୍: କଂଗ୍ରେସ ୪୯, ଅକାଲୀ ଦଳ ୧

ସେହିଭଳି ଭଟିଣ୍ଡାରେ କଂଗ୍ରେସ ମୋଟ ୫୦ଟି ଆସନ ମଧ୍ୟରୁ ୪୩ଟି ଜିତିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର