ରମଗଡ଼: ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ଗୁରୁବାର ଦିନ କଂଗ୍ରେସ ୧୨, ୨୨୮ ଖଣ୍ଡ ଭୋଟ୍ରେ ବିଜୟୀ ହୋଇଛି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁଖଓ୍ଵନ୍ତ ସିଂହ ୭୧, ୦୮୩ ଖଣ୍ଡ ଭୋଟ୍ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶାଫିଆ ପ୍ରଥମରୁ ଶେଷ ରାଉଣ୍ଡ ଗଣତି ଯାଏଁ ଆଗୁଆ ରହି ଅକ୍ଳେଷରେ ଜିଣି ଯାଇଛନ୍ତି। ୨୦୧୩ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେପିକୁ ମିଳିଥିଲା। ରାମଗଡ଼ରେ ଜିଣିବା ପରେ ୨୦୦ ସଦସ୍ୟବିଶିଷ୍ଟ ବିଧାନସଭାରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୧୦୦ ହୋଇଛି।
ଜାନୁଆରି ୨୮ ତାରିଖ ଦିନ ୨୭୮ଟି ବୁଥ୍ରେ ଅନୁଷ୍ଠିତ ହୋଇଥିବା ଏହି ମତଦାନରେ ୭୯. ୧୨% ଭୋଟର୍ ଭୋଟ୍ ଦେଇଥିଲେ। ୨୦୧୮ ଡିସେମ୍ବର ୭ ତାରିଖ ଦିନ ବିଏସ୍ପି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କର ହୃଦ୍ଘାତରେ ପରଲୋକ ହେବାରୁ ସେଠାରେ ଉପନିର୍ବାଚନ ଆବଶ୍ୟକ ପଡ଼ିଥିଲା।
ସମୁଦାୟ ୨୦ ରାଉଣ୍ଡ୍ ଭୋଟ୍ ଗଣତି ହୋଇଥିଲା। ପ୍ରଥମେ ଡାକଯୋଗେ ଆସିଥିବା ଭୋଟ୍ ଗଣତି କରାଯିବା ପରେ ଇଭିଏମ୍ ଭୋଟ୍ ଗଣତି ହୋଇଥିଲା।