ନୂଆଦିଲ୍ଲୀ: କଂଗ୍ରେସର ଦୁଇ ମହିଳା ସାଂସଦ ଏବେ ଲୋକସଭା ମାର୍ସାଲଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସଂସଦରେ କ୍ଷମତାରେ ଥିବା ସରକାରଙ୍କୁ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ତାଙ୍କୁ ଲୋକସଭା ମାର୍ସାଲ ମାଡ଼ ମାରିଥିଲେ ବୋଲି କହିଛନ୍ତି ଦୁଇ ମହିଳା ସାଂସଦ। ଏଭଳି ଘଟଣା ପରେ ଲୋକସଭା ବାଚସ୍ପତିଙ୍କ ଆଗରେ ଦୁହେଁ ଅଭିଯୋଗ କରିବେ ବୋଲି କହିଛନ୍ତି।
Sonia Gandhi leads Congress protest on the Maharashtra issue in Parliament premises
Read @ANI Story | https://t.co/qOLNQdEMWgpic.twitter.com/nuXnDJbaGz
— ANI Digital (@ani_digital) November 25, 2019
ସୂଚନା ମୁତାବକ, ସଂସଦରେ ପ୍ରଶ୍ନକାଳ ଚାଲିଥିବା ବେଳେ କଂଗ୍ରେସର କିଛି ସଦସ୍ୟ ଓ ଲୋକସଭା ମାର୍ସାଲଙ୍କ ମଧ୍ୟରେ ବଚସା ହୋଇଥିଲା। କଂଗ୍ରେସର ସାଂସଦମାନେ ଲୋକସଭାରେ ଥିବା ଗାନ୍ଧୀ ମୂର୍ତ୍ତି ଆଗରେ ଠିଆ ହୋଇ ମୋଦୀ ସରକାର ଟିକେ ଲାଜ କର ଓ ଆମ ଲୋକତନ୍ତ୍ର ବଞ୍ଚାଅ ବୋଲି କହି ନାରାବାଜି କରିବା ଆରମ୍ଭ କରି ଦେଇଥିଲେ। ଯେଉଁଥିରେ କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ସାମିଲ ଥିଲେ। ସଂସଦ ମଧ୍ୟରେ ଦୁଇ ମହିଳା ସାଂସଦ ହିବି ଇଡେନ ଓ ଟିଏନ ପ୍ରତାପନ ବଡ଼ ବ୍ୟାନର ଧରି ବିରୋଧ ପ୍ରଦର୍ଶନ କରୁଥିଲେ। ଚୁପ୍ ରହିବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଦେଶ ଦେବା ପରେ ମଧ୍ୟ ଦୁଇ ସାଂସଦ ନାରାବାଜି କରୁଥିବାରୁ ଦୁହିଁଙ୍କୁ ବାହାରକୁ ନେବା ପାଇଁ ବାଚସ୍ପତି ମାର୍ସାଲଙ୍କୁ ଆଦେଶ ଦେଇଥିଲେ। ଏହି ସମୟରେ ମାର୍ସାଲ ଦୁହିଁଙ୍କ ସହ ମାରପିଟ କରିଥିଲେ ବୋଲି ହିବି ଇଡେନ ଓ ଟିଏନ ପ୍ରତାପନ ଅଭିଯୋଗ ଆଣିଛନ୍ତି।