ଜୟପୁର: ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନ କଂଗ୍ରେସ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନିର୍ବାଚନରେ ଦଳ ପ୍ରାର୍ଥୀ ଦେବ ନାହିଁ ବୋଲି ଘୋଷଣା କରିଛି। ରାଜସ୍ଥାନ କଂଗ୍ରେସ ମୁଖ୍ୟ ଗୋବିନ୍ଦ ସିଂହ ଡୋଟାସରା ଶନିବାର କହିଛନ୍ତି ଯେ ସେ ରାଜ୍ୟସଭା ନିର୍ବାଚନରେ କୌଣସି ପ୍ରାର୍ଥୀ ଦେବେ ନାହିଁ। ଏହା ପଛର କାରଣ ମଧ୍ୟ ଦୋତାସରା ସ୍ପଷ୍ଟ କରିଛନ୍ତି। କଂଗ୍ରେସର ଏହି ନିଷ୍ପତ୍ତିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ରାଜ୍ୟରେ ରାଜ୍ୟସଭା ନିର୍ବାଚନ ହେବ ନାହିଁ। ଆଉ ଏହାଦ୍ୱାରା ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବେ ବିଜେପି ପ୍ରାର୍ଥୀ ।
ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରା କହିଛନ୍ତି ଯେ ରାଜସ୍ଥାନ ବିଧାନସଭାରେ କଂଗ୍ରେସର ଶକ୍ତି ସ୍ପଷ୍ଟ ଭାବରେ କମ୍ ରହିଛି। ରାଜ୍ୟସଭା ନିର୍ବାଚନ ଜିତିବା ପାଇଁ ଏହି ଶକ୍ତି ଯଥେଷ୍ଟ ନୁହେଁ। ସେଥିପାଇଁ କଂଗ୍ରେସ କୌଣସି ପ୍ରାର୍ଥୀ ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି। ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ ଏବଂ ଜାଣିଛୁ ଯେ ନିର୍ବାଚନ ଜିତିବା ପାଇଁ ଆମର ସଂଖ୍ୟା ଯଥେଷ୍ଟ ନୁହେଁ। ତେଣୁ ଗଣତନ୍ତ୍ରକୁ ସମ୍ମାନ ଜଣାଇ ଆମେ ପ୍ରାର୍ଥୀ ଦେବୁ ନାହିଁ।
ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପୂରଣ ପାଇଁ ଅଗଷ୍ଟ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଏବଂ ସେପ୍ଟେମ୍ବର ୩ତାରିଖରେ ନିର୍ବାଚନ ହେବାର ଥିଲା। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେସି ବେଣୁଗୋପାଳ ଲୋକସଭା ନିର୍ବାଚନ ଲଢ଼ିବା ପରେ ଏହି ଆସନ ଖାଲି ପଡ଼ିଥିଲା।