ନୂଆଦିଲ୍ଲୀ: କଂଗ୍ରେସର ନୂତନ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ଆନୁଷ୍ଠାନିକ ବାସଭବନ ସାମ୍ନାରେ କଂଗ୍ରେସ କର୍ମୀ ଫୁଲ୍ ସିଂହ ଏକ ହୋମ ଆୟୋଜନ କରିଛନ୍ତି। ଉଭୟ ଗୁଜୁରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଜିଣୁ ଥିବାରୁ ସେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି। ଭୋଟ୍ ଗଣିତ ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ଅର୍ଥାତ୍ ସକାଳ ଛଅଟାବେଳେ ଫୁଲ୍ ସିଂହ ହୋମ ଆରମ୍ଭ କରିଥିଲେ।
ରାହୁଳ ଗାନ୍ଧୀ ଗୁଜୁରାଟରେ ଜୋର୍ଦାର ପ୍ରଚାର ଚଳାଇଥିଲେ। ସେଠାରେ ସେ ହାର୍ଦ୍ଦିକ ପଟେଲ, ଆଲ୍ପେଶ ଠାକୋର୍ ଏବଂ ଜିଗ୍ନେସ ମେବାନିଙ୍କୁ ସମର୍ଥନ କରିଥିଲେ।
ସକାଳ ଆଠଟାରୁ ଗୁଜୁରାଟ ବିଧାନସଭା ନିମନ୍ତେ ଅନୁଷ୍ଠିତ ଭୋଟ୍ ଗଣତି ଆଗେଇ ଚାଲିଛି। ଉଭୟ ପିଜେପି ଏବଂ କଂଗ୍ରେସ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଥିବା ଜଣାପଡୁଛି। ଏ ପର୍ଯ୍ୟନ୍ତ ବିଜେପି ୯୬ଟି ଆସନ ପାଇଥିବାବେଳେ କଂଗ୍ରେସ୍ ୮୩ଟି ଆସନ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/havan-mos-2-final_121817081303.jpg)