ନୂଆଦିଲ୍ଲୀ : ଦିଲ୍ଲୀରେ ଗତ ୪ ଦିନ ଧରି ଡେରା ପକାଇଥିବା ଓଡ଼ିଶାର କିଛି କଂଗ୍ରେସ କର୍ମୀମାନେ ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବାରେ ବିଫଳ ହୋଇଛନ୍ତି। ଓଡ଼ିଶାରେ କଂଗ୍ରେସକୁ ସଜାଡ଼ିବା ଓ ନେତୃତ୍ବ ପରିବର୍ତ୍ତନ ଦାବି ସଂକ୍ରାନ୍ତରେ ସୋନିଆଙ୍କୁ ଅବଗତ କରାଇବା ପାଇଁ ଆଜି ସଂସଦ ଭବନରେ ପହଞ୍ଚିଥିବା କଂଗ୍ରେସ କର୍ମୀମାନେ ସୋନିଆଙ୍କୁ ଭେଟି ନପାରି ନିରାଶ ହୋଇଛନ୍ତି।
ସୂଚନା ଅନୁସାରେ, ଓଡ଼ିଶାର ୧୧ ଜଣ କଂଗ୍ରେସ କର୍ମୀଙ୍କୁ ଜଣେ ବରିଷ୍ଠ ନେତା ସୋନିଆଙ୍କ ସହ ସଂସଦ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରାଇ ଦେବାକୁ ବ୍ୟବସ୍ଥା କରିବା ପରେ କର୍ମୀମାନେ ସଂସଦ ଭବନ ପରିସରରେ ପହଞ୍ଚିଥିଲେ। ହେଲେ ସଂସଦ ଭବନ ଲବିରେ ଦୁଇ ଘଣ୍ଟା ଅପେକ୍ଷା ପରେ କଂଗ୍ରେସ ଅଧ୍ୟକ୍ଷା କାର୍ଯ୍ୟାଳୟକୁ ଆସିବେ ନାହିଁ ବୋଲି ଅବଗତ ହୋଇଥିଲେ। ଜଣେ କର୍ମୀଙ୍କ କହିବା ଅନୁଯାୟୀ, ସୋନିଆ ଗାନ୍ଧୀଙ୍କୁ ପରବର୍ତ୍ତୀ ସମୟରେ ସାକ୍ଷାତ କରାଯିବ। କିନ୍ତୁ ଆଜି ସୋନିଆଙ୍କ ନିକଟରେ ଯେଉଁ ଦାବି ଓ ସୁପାରିସ କରାଯିବାର ଥିଲା ତାହା କଂଗ୍ରେସର ଦୁଇଜଣ ବରିଷ୍ଠ ସାଂସଦ- ଜୟରାମ ରମେଶ ଓ ମନୀଷ ତିଵାରୀଙ୍କୁ ହସ୍ତଗତ କରି ଦିଆଯାଇଥିବା କର୍ମୀ ଜଣଙ୍କ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/Sonia-gandhi.jpg)