ତିରୁବନନ୍ତପୁରମ: ଦଳର କିଛି ସଦସ୍ୟଙ୍କ ଭିନ୍ନମତ ସତ୍ତ୍ବେ କେରଳର କଂଗ୍ରେସ ୟୁନିଟ୍ ଶୁକ୍ରବାର ଦିନ ଜାତୀୟ ରାଜଧାନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିଛି । ଦଳୀୟ କର୍ମୀମାନେ ଏକାଠି ବସି ଏହାକୁ ଦେଖିଥିଲେ ।
ଏହି ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଆପତ୍ତି ଉଠାଇବା ପରେ କଂଗ୍ରେସର ଭେଟେରାନ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀଉପରେ ଆପତ୍ତି ଉଠାଇବା ପରେ ଅନିଲ ଆଣ୍ଟୋନି ଅଭିଯୋଗ କରିଥିଲେ ଯେ ଟ୍ୱିଟ୍ ହଟାଇବାକୁ ତାଙ୍କୁ ଚାପ ପକାଯାଇଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଏହି ପ୍ରସଙ୍ଗରେ ଭିନ୍ନ ମତ ରଖି ଅନିଲ ଆଣ୍ଟୋନି ଏକ ଟ୍ୱିଟ୍ ରେ ଲେଖିଛନ୍ତି, ଭାରତୀୟ ସୁପ୍ରିମକୋର୍ଟ ଉପରେ ବ୍ରିଟିଶ ପ୍ରସାରଣକାରୀଙ୍କ ମତାମତକୁ ଅଗ୍ରାଧିକାର ଦେବା ଦେଶର ସାର୍ବଭୌମତ୍ୱକୁ 'ଦୁର୍ବଳ' କରିବ।
ଅନିଲ ଆଣ୍ଟୋନି କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳର କାହା ସହିତ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ "ଆମର ସ୍ୱାଧୀନତାର ୭୫ ତମ ବର୍ଷରେ, ଆମେ ବିଦେଶୀ କିମ୍ବା ସେମାନଙ୍କ ଅନୁଷ୍ଠାନକୁ ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ"।
ଆଉ ଜଣେ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ବି ଏହି ଡକ୍ୟୁମେଣ୍ଟାରିର ପ୍ରାସଙ୍ଗିକତା ଓ ସମୟ ଉପରେ ପ୍ରଶ୍ନ ଉଠାଇଥିଲେ । ଗୁଜରାଟ ଦଙ୍ଗାକୁ ପଛରେ ପକାଇ ଦେଶକୁ ଆଗକୁ ବଢିବାର ସମୟ ଆସିଛି ବୋଲି ସେ ଗଣମାଧ୍ୟମକୁ କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/WhatsApp-Image-2023-01-26-at-21.10.15.jpeg)