ଅମରାବତୀ: ଓ୍ଵାଇଏସଆର୍ କଂଗ୍ରେସର ମୁଖ୍ୟ ଜଗନ ମୋହନ ରେଡ୍ଡୀ କହିଛନ୍ତି ଯେ କଂଗ୍ରେସ ଦଳର ବ୍ୟବହାରକୁ ନେଇ ସେ କ୍ଷୁବ୍ଧ ହୋଇଥିଲେ। ହେଲେ ଏବେ ସେ ଏଥିପାଇଁ କଂଗ୍ରେସକୁ କ୍ଷମା କରି ଦେଇଛନ୍ତି ବୋଲି କହିଛନ୍ତି। ଜଗନମୋହନ ଆହୁରି ମଧ୍ୟ କହିଛନ୍ତି ପୁଣି କଂଗ୍ରେସ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟାା ରାଜ୍ୟ ଘୋଷିତ କରିବାକୁ ରାଜି ହୁଏ, ତେବେ ପୁଣି କଂଗ୍ରେସ ସହିତ ହାତ ମିଶାଇବାକୁ ରାଜି ଅଛନ୍ତି।
ସେ କହିଛନ୍ତି ଯେ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବା ତାଙ୍କ ପାଇଁ ପ୍ରାଥମିକତା। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୯ରେ ଏକ ହେଲିକେପ୍ଟର ଦୁର୍ଘଟଣାରେ ଜଗନ ମୋହନ ରେଡ୍ଡୀଙ୍କ ପିତୃ ବିୟୋଗ ଘଟିଥିଲା। କିନ୍ତୁ କଂଗ୍ରେସ ତାଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦେଇ ନ ଥିଲା। ତା’ପରେ ସେ କଂଗ୍ରେସଠାରୁ ଦୂରେଇ ଯାଇଥିଲେ। ଏଣେ ଜଗନ ମୋହନ ରେଡ୍ଡୀ ଭାରତୀୟ ଜନତା ପାର୍ଟି ବିରୋଧରେ ବି ମୁହଁ ଖୋଲୁ ନାହାଁନ୍ତି। ଏହି କାରଣରୁ ତେଲୁଗୁ ଦେଶମ୍ ପାର୍ଟି ଜଗନମୋହନଙ୍କ ଉପରେ ବିଜେପିକୁ ସମର୍ଥନ କରୁଥିବାର ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/jaganmohan-reddy.jpeg)