ଭୋପାଳରେ କଂଗ୍ରେସ କର୍ମୀ-ପୁଲିସ ଧସ୍ତାଧସ୍ତି, ପୁଲିସର କଲାର୍‌ ଧରିଲେ ଦିଗ୍‌ବିଜୟ

ଭୋପାଳ: ମଧ୍ୟପ୍ରଦେଶ‌ ପଞ୍ଚାୟତ ନିର୍ବାଚନରେ ରିଗିଂ ଅଭିଯୋଗ ଆଣି କଂ‌ଗ୍ରେସ ନେତା ଓ କର୍ମୀମାନେ ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରେ ପଶିବାକୁ ଉଦ୍ୟମ କରିଥିଲେ। ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହଙ୍କ ସମେତ ବିଧାୟକ ଆରିଫ ମାସୁଦ ଓ ପିସି ଶର୍ମା ପ୍ରମୁଖ ଥିଲେ। ତେବେ ପୁଲିସ ସହିତ ସେମାନଙ୍କର ଏହି ସମୟରେ ଧସ୍ତାଧସ୍ତି ହୋଇଛି। ଏପିରିକି ଦିଗବିଜୟ ଜଣେ ପୁଲିସ ଅଧିକାରୀଙ୍କ କଲାର ଧରିବା ସହିତ ତାଙ୍କୁ ଜୋରଦାର ଠେଲିବା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି। ସରକାରଙ୍କ ଚାପରେ ପୁଲିସ ଓ ପ୍ରଶାସନ କାର୍ଯ୍ୟ କରୁଛି ବୋଲି କଂଗ୍ରେସ ଦଳ ଅଭିଯୋଗ କରିଛି। ଜିଲ୍ଲା ସଭାପତି ଚୟନ ପାଇଁ ମଧ୍ୟ ପ୍ରଦେଶର ଭୋପାଳ ସମେତ କେତେକ ଜିଲ୍ଲାରେ ଏବେ ନିର୍ବାଚନ ଚାଲିଛି।

ସମ୍ବନ୍ଧିତ ଖବର