କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା: ଓଡ଼ିଶାରୁ ୨ ନେତା ସାମିଲ

ନୂଆଦିଲ୍ଲୀ : ସେପ୍ଟେମ୍ବର ୭ରୁ କଂଗ୍ରେସ ପକ୍ଷରୁ ଆରମ୍ଭ ହେବ ‘ଭାରତ ଯୋଡ଼ୋ’ ଯାତ୍ରା। ରାହୁଲ ଗାନ୍ଧିଙ୍କ ସମେତ ମୋଟ ୧୧୭ ନେତା ଏଥିରେ ସାମିଲ ହେବେ। ଏହି ଯାତ୍ରା କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶା କଂଗ୍ରେସର ଦୁଇ ନେତା ସ୍ଥାନ ପାଇଛନ୍ତି। ସେମାନେ ହେଲେ, ସମ୍ରାଟ କେଶରୀ ଜେନା ଓ ସତ୍ୟବ୍ରତ ଦାସ। ଯାତ୍ରାରେ ସମସ୍ତ ରାଜ୍ୟର ନେତା ସାମିଲ ହୋଇଛନ୍ତି। ଉତ୍ତରପ୍ରଦେଶରୁ ସର୍ବାଧିକ ୧୬, ମଧ୍ୟପ୍ରଦେଶରୁ ୧୦, ମହାରାଷ୍ଟ୍ର ଓ ରାଜସ୍ଥାନରୁ ୯ ଜଣ ଲେଖାଏଁ, ଛତିଶଗଡ଼ ଓ କେରଳରୁ ୮ ଜଣ ଲେଖାଏଁ, ହରିୟାଣାରୁ ୭, ତେଲେଙ୍ଗାନାରୁ ୬ ଜଣ ନେତା ଏଥିରେ ସ୍ଥାନ ପାଇଛନ୍ତି। ଏହି ଯାତ୍ରାରେ କଂଗ୍ରେସ ୫ ମାସରେ ୩୫୭୦ କିଲୋମିଟର ଅତିକ୍ରମ କରିବ। ୧୨ ଟି ରାଜ୍ୟ ଓ ଦୁଇଟି କେନ୍ଦ୍ର ଶାସିତ ଅଂଚଳକୁ ଯାତ୍ରୀଦଳ ଅତିକ୍ରମ କରିବେ।

ସମ୍ବନ୍ଧିତ ଖବର