ଆଗାମୀକାଲି ରାହୁଲ୍‌ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେଉଥିବା ବେଳେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ କରିବା ପାଇଁ କଂଗ୍ରେସର ଯୋଜନା

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ଖବରକାଗଜ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍‌’ ମାମଲାରେ ଜେରା ପାଇଁ ସ‌ୋମବାର ଦିନ ସାଂସଦ ରାହୁଲ୍‌ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବା ବେଳେ ବ୍ୟାପକ ପ୍ରତିବାଦ ପ୍ରଦର୍ଶନ ନିମନ୍ତେ କଂଗ୍ରେସ କର୍ମୀମାନେ ଯୋଜନା କରୁଛନ୍ତି।

କଂଗ୍ରେସ ନେତା ମଣିକମ୍‌ ଠାକୁର କହିଛନ୍ତି ଯେ, କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍‌ସିମାନଙ୍କର ଦୂରୁପଯୋଗ କରୁଛି ବୋଲି ଦର୍ଶାଇ ସମଗ୍ର ଦେଶରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ ପ୍ରାୟ ୨୫ଟି କାର୍ଯ୍ୟାଳୟରେ କଂଗ୍ରେସ ପାର୍ଟିର କର୍ମୀମାନେ ପ୍ରତିବାଦ ପ୍ରଦର୍ଶନ କରିବେ।

ଆସନ୍ତାକାଲି ସାଂସଦ ରାହୁଲ୍‌ ଗାନ୍ଧୀଙ୍କ ସହିତ ବରିଷ୍ଠ କଂଗ୍ରେସ ନେତାମାନେ ଜାତୀୟ ରାଜଧାନୀରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟକୁ ପଦଯାତ୍ରାରେ ଯିବେ ବୋଲି ସେ କହିଛନ୍ତି।

Image Courtesy of NDTV

ମିଥ୍ୟା ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ତଥା ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଫସାଇବା ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରୁଛନ୍ତି ବୋଲି ଠାକୁର ଦୋଷାରୋପ କରିଛନ୍ତି।

ସେ କହିଛନ୍ତି, ବିରୋଧୀମାନଙ୍କୁ ନିରବ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ‘ଇଡି’ ଏବଂ ‘ସିବିଆଇ’ର ଉପଯୋଗ କରୁଛନ୍ତି।

ଉପରୋକ୍ତ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ମଧ୍ୟ ସମନ୍‌ ଜାରି ହୋଇଛି। ଜୁନ୍‌ ୨୩ ତାରିଖ ଦିନ ସେ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହେବେ।

ସମ୍ବନ୍ଧିତ ଖବର