ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ମୋଦୀ ଏନ୍ସିସି ରୢାଲିରେ ଉଦ୍ବୋଧନ ଦେଇ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି, ତେଣୁ ନିର୍ବାଚନ କମିସନ ଏଦିଗରେ ବିଚାର କରିବା ଉଚିତ ବୋଲି କଂଗ୍ରେସ ପକ୍ଷରୁ ଇସିଙ୍କୁ ଅନୁରୋଧ କରାଯାଇଛି। କଂଗ୍ରେସ ନେତା ପୃଥ୍ବିରାଜ ଚୌହାନ ଇସିଙ୍କ ବିଶ୍ବସନିୟତା ନେଇ ପ୍ରଶ୍ନ ଉଠାଇଛନ୍ତି। ଚୌହାନ କହିଛନ୍ତି, ନିୟମ ସମସ୍ତଙ୍କ ପାଇଁ ସମାନ। ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ନିୟମ ଉଲ୍ଲଂଘନ କରିବା ଅନୁଚିତ। ଇସି ଏଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଏନ୍ସିସି ରୢାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ସିଏଏ ପ୍ରସଙ୍ଗରେ ନିଜର ମତ ରଖିଥିଲେ। ମୋଦୀ କହିଥିଲେ ଐତିହାସିକ ଅନ୍ୟାୟକୁ ସୁଧାରିବାପାଇଁ ସିଏଏ ଅଣାଯାଇଛି। ମୋଦୀ ଏହି ଏନ୍ସିସି ରୢାଲିରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ଏବଂ ପାକିସ୍ତାନ ବିରୋଧରେ ମଧ୍ୟ ବର୍ଷିଥିଲେ।
କଂଗ୍ରେସର ଅଭିଯୋଗ: ମୋଦୀ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି
/sambad/media/post_attachments/wp-content/uploads/2019/12/modi-5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)