ନୂୂଆଦିଲ୍ଳୀ: ନାଲଗୋଣ୍ଡା ଜିଲ୍ଲାର ମୁନୁଗୋଡେ ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। କାରଣ ଏଠାରେ ଦଳର ଜଣେ ବରିଷ୍ଠ ନେତ୍ରୀ ଦଳ ଛାଡ଼ି ଅନ୍ୟ ଦଳରେ ମିଶିଛନ୍ତି।

Advertisment

ଆପଣଙ୍କୁ ସୂଚନା ସକାଶେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତ୍ରୀ ପଲ୍ଳବୀ ଶ୍ରାବନ୍ଥୀ ଦଳରୁ ଇସ୍ତଫା ଦେଇ ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେଇଛନ୍ତି। ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟି (ଟିଆରପିସି)ର ମୁଖପାତ୍ର ଥିବା ପଲ୍ଳବୀ ଶ୍ରାବନ୍ଥୀ କହିଛନ୍ତି ‌ଯେ ଦଳ ତାଙ୍କୁ ଉଚିତ ପ୍ରାଧାନ୍ୟ ନଦେବାରୁ ସେ ଦଳ ତ୍ୟ‌ାଗ କରିଛନ୍ତି। କଂଗ୍ରେସ ସଂସଦୀୟ ଦଳ (ସିପିପି) ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ପତ୍ରରେ ଶ୍ରୀବାନ୍ଥୀ ଉଲ୍ଲେଖ କରିଛନ୍ତି ଯେ ଦଳ ଏବେ “ଦଲାଲ” ଙ୍କ ହାତରେ ଅଛି।

ମୁନୁଗୋଡେରେ ଦଳ ଛାଡ଼ିବାରେ ପଲ୍ଳବୀ ଶ୍ରାବନ୍ଥୀ ହେଉଛନ୍ତି ଦ୍ବିତୀୟ। ତାଙ୍କ ପୂର୍ବରୁ ବରିଷ୍ଠ ନେତା କୃଷ୍ଣା ରେଡ୍ଡି ଦଳ ଛାଡ଼ି ଭାରତୀୟ ଜନତା ପାର୍ଟି (ବିଜେପି)ରେ ମିଶିଥିଲେ।