ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସ ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ମନ୍ତବ୍ୟକୁ ନେଇ ରାଜନୀତି ଏବେ ସରଗରମ ହେବାରେ ଲାଗିଛି। ପିଟ୍ରୋଡାଙ୍କ ମନ୍ତବ୍ୟ ନେଇ ଶାସକ ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ତେବେ ପିଟ୍ରୋଡା ଦେଇଥିବା ମନ୍ତବ୍ୟ ନେଇ ସ୍ପଷ୍ଟୀକରଣ ଦେଇ ନିଜକୁ ସୁରକ୍ଷିତ ରଖିଛନ୍ତି। ମାତ୍ର କଂଗ୍ରେସ ଏହି ମନ୍ତବ୍ୟ ନେଇ ହରଡ଼ଘଣାରେ ପଡ଼ିଛି।
ବିଜେପିର ରାଜ୍ୟସଭା ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଡ.ସୁଧାଶୁଂ ତ୍ରିବେଦୀ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଏବଂ ପିଟ୍ରୋଡାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି କଂଗ୍ରେସର ଚିନ୍ତାଧାରା ଅତି ବିପଜ୍ଜନକ। ସେ କଂଗ୍ରେସର ନିର୍ବାଚନୀ ଇସ୍ତାହାରର ପର୍ଦ୍ଦାଫାଶ୍ କରିବା ସହିତ ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସର ଏହି ଚିନ୍ତାଧାରା ସମ୍ପର୍କରେ ପ୍ରକାଶ କରିଥିବା ସେ କହିଛନ୍ତି।
Congress Manifesto as explained by Sam Pitroda ,
— Rishi Bagree (@rishibagree) April 24, 2024
Muslims’ wealth gets divided as per their own personal Law.
Hindus wealth will get taxed 55% which will then get redistributed to their vote bank.
Hindus are net losers.
pic.twitter.com/U3QffsQR6H
କଂଗ୍ରେସ ଦେଶର ଉତ୍ତରାଧିକାରୀ ବ୍ୟବସ୍ଥାକୁ ଶେଷ କରିବାକୁ ଚାହୁଁଛି ବୋଲି ଅଭିଯୋଗ ଅଣାଯାଇଛି। ୨୦୦୪ରେ କଂଗ୍ରେସ ପ୍ରିଭେନସନ ଅଫ୍ ଟେରରିଷ୍ଟ ଆକ୍ଟକୁ ହଟାଇଥିଲା। ଏହାପରେ ଦେଶରେ ଗୋଟିଏ ପରେ ଗୋଟିଏ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଭାରତରେ ପରିବାରକୁ ଭାଙ୍ଗିବାର ଷଡ଼ଯନ୍ତ୍ର କଂଗ୍ରେସ ରଚିଛି ବୋଲି ସୁଧାଶୁଂ ତ୍ରିବେଦୀ କହିଛନ୍ତି। କଂଗ୍ରେସ ଦେଶକୁ ଲୁଟିବାର ଯୋଜନା କରୁଥିବା ସେ ଅଭିଯୋଗ ଆଣିଛନ୍ତି।
ମିଡ଼ିଆ ରିପୋର୍ଟ ଅନୁସାରେ ପିଟ୍ରୋଡା ସମ୍ପତ୍ତି ଭାଗବଣ୍ଟା ନେଇ ଏକ ମନ୍ତବ୍ୟ ପ୍ରଦାନ କରିଥିଲେ। ଏହା ସହିତ ଉତ୍ତରାଧିକାରୀ ଟିକସ ବ୍ୟବସ୍ଥା ବିଷୟରେ ସେ କହିଥିଲେ। ଆମେରିକାରେ ଉତ୍ତରାଧିକାରୀଙ୍କ ପାଇଁ ଏଭଳି ଟିକସ ବ୍ୟବସ୍ଥା ଥିବା ସେ ସୂଚନା ପ୍ରଦାନ କରିଥିଲେ। ତାଙ୍କର ଏହି ମନ୍ତବ୍ୟ ପରେ ଦେଶର ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଶାସକ ବିଜେପି ଏହି ମନ୍ତବ୍ୟକୁ ଲୋକସଭା ନିର୍ବାଚନୀ ପ୍ରଚାରରେ ମୁଖ୍ୟ ଅସ୍ତ୍ର କରିଛି।