ହରିଆଣା: ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନ ମଣ୍ଡଳୀରେ ପଞ୍ଚମ ପର୍ଯ୍ୟାୟ ଭୋଟ୍ ଗଣନାରେ କଂଗ୍ରେସର ଭିନେଶ ଫୋଗଟ୍ ୪୦୦୦ ଭୋଟ୍ରେ ଆଗୁଆ ଅଛନ୍ତି। ପୂର୍ବରୁ ସେ ଲଗାତର ପଛୁଆ ରହି ଆସୁଥିଲେ।
ଏହି ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି)ର ଯୋଗେଶ ବୈରାଗୀ ଆଗୁଆ ରହି ଆସୁଥିବା ବେଳେ ଭିନେଶ ତାଙ୍କ ପଛରେ ପଡ଼ିଥିଲେ। ମାତ୍ର ଏବେ ଟ୍ରେଣ୍ଡ୍ ବଦଳି ଯାଇଛି। ଜୁଲନାରେ ଏବେ ଆଗରେ ରହି ବିଜୟ ପଥରେ ଅଗ୍ରସର ହେଉଛନ୍ତି କୁସ୍ତି ଯୋଦ୍ଧା ତଥା ଅଲମ୍ପିକ୍ ତାରକା ଭିନେଶ ଫୋଗଟ୍।
ହରିଆଣା ବିଧାନସଭା ନିର୍ବାଚନରେ ଜୁଲନା ନିର୍ବାଚନମଣ୍ଡଳୀ ଏକ ପ୍ରମୁଖ ଯୁଦ୍ଧକ୍ଷେତ୍ର ଭାବରେ ଉଭା ହୋଇଛି। ଭିନେଶ ପ୍ରଥମ ଥର ପାଇଁ ଏହି ଆସନରୁ ତାଙ୍କର ନିର୍ବାଚନୀ ଡେବ୍ୟୁ କରିଛନ୍ତି।
ଜିନ୍ଦ ଜିଲ୍ଲାରେ ଅବସ୍ଥିତ ଏହି ଆସନଟିରୁ ଅଲମ୍ପିକ ଖେଳାଳି ଓ କୁସ୍ତି ଯୋଦ୍ଧା ଭିନେଶ ଲଢ଼ିବା ପରଠାରୁ ଏହା ବିଶେଷ ଧ୍ୟାନକୁ ଆସିଛି। ପୂର୍ବତନ ବାଣିଜ୍ୟିକ ପାଇଲଟ୍ ତଥା ବିଜେପିର କ୍ୟାପଟେନ ଯୋଗେଶ ବୈରାଗୀଙ୍କଠାରୁ ଫୋଗେଟ୍ କଡ଼ା ପ୍ରତିନ୍ଦ୍ବନ୍ଦ୍ବିତାର ସମ୍ମୁଖୀନ ହୋଇଛନ୍ତି।
କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟି ଗତ ସେପ୍ଟେମ୍ବରରେ କଂଗ୍ରେସରେ ଯୋଗ ଦେଇଥିଲେ ଭିନେଶ ଫୋଗଟ୍। ଭିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଭେଟିବା ପୂର୍ବରୁ ରେଳ ଚାକିରିରୁ ଇସ୍ତଫା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/Jn187pmwUpLmiRfUYAjN.jpg)