ଜଗା-ବଳିଆଙ୍କ ଅସ୍ତ୍ରୋପଚାରକୁ ଆଜି ବର୍ଷେ ପୂରିବ : ଏମ୍‌ସରୁ ଡିସ୍‌ଚାର୍ଜ ପ୍ରସଙ୍ଗ ଅନିଶ୍ଚିତତାରେ

ନୂଆଦିଲ୍ଲୀ : ଜଗା-ବଳିଆଙ୍କୁ ଯୋଡ଼ାମୁଣ୍ଡରୁ ଅଲଗା କରାଯିବା ନିମନ୍ତେ ହୋଇଥିବା ଅସ୍ତ୍ରୋପଚାରକୁ ଆସନ୍ତାକାଲି ବର୍ଷେ ପୂରିବ । ଗତବର୍ଷ ଅକ୍ଟୋବର ୨୫ରେ ଦିଲ୍ଲୀ ଏମ୍‌ସର ୪୦ ଜଣିଆ ଡାକ୍ତରୀ ଦଳ ୨୦ ଘଣ୍ଟାର ଅପରେସନ କରି ଯୋଡ଼ାମୁଣ୍ଡକୁ ଅଲଗା କରିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ଜଗା ପାଖାପାଖି ୮୦ ପ୍ରତିଶତ ଫିଟ୍‌ ରହିଛି। ହେଲେ ବାକ୍‌ ଶକ୍ତି ବୟସ ଅନୁପାତରେ ବିକଶିତ ହୋଇପାରି ନାହିଁ। ବଳିଆର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଛି । ତାକୁ ପାଟି ଦ୍ବାରା ତରଳ ପଦାର୍ଥ ଦିଆଯାଉଛି । ବଳିଆକୁ କୌଣସି ବାତ ହେଉନାହିଁ। ଏବେ ବି ବଳିଆର ଫିଜିଓ ଥେରାପି କରାଯାଉଛି। ବର୍ଷକ ଭିତରେ ଦୁଇ ଶିଶୁଙ୍କର ଆଠ ଥର ଚର୍ମ ରୋପଣ କରାଯାଇଛି ।

ଡାକ୍ତରମାନେ କହିଛନ୍ତି ଯେ ଆଗକୁ ଉଭୟ ଶିଶୁଙ୍କ ପ୍ଲାଷ୍ଟିକ୍ ସର୍ଜରୀ କରାଯିବ। ୩ ବର୍ଷରୁ ୫ ବର୍ଷ ଭିତରେ ପ୍ଲାଷ୍ଟିକ୍‌ ସର୍ଜରୀ କରାଯିବାର ଆବଶ୍ୟକତା ରହିଛି । ସେମାନଙ୍କ ବୋନ୍‌ ଫ୍ଲାପ୍‌କୁ ୫ ବର୍ଷ ପରେ ବଦଳାଯିବ। ଏମ୍‌୍‌ସ କର୍ତ୍ତୃପକ୍ଷ ଜଗା-ବଳିଆକୁ ଡିସ୍‌୍‌ଚାର୍ଜ କରିବା ପାଇଁ ଏକ ପ୍ରକାର ନିଷ୍ପତ୍ତି ନେଇସାରିଥିବା ବେଳେ ରାଜ୍ୟ ସରକାର ଦୁଇ ଶିଶୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବା ପରେ ହିଁ ଡିସ୍‌ଚାର୍ଜ କରାଯିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର