ଇସଲାମାବାଦ : ପାକିସ୍ତାନ ତେହେରିକ୍-ଏ-ଇନ୍ସାଫ (ପିଟିଆଇ)ର ମୁଖ୍ୟ ଇମ୍ରାନ ଖାନ ଗୁରୁବାର ଧମକ ଦେଇ କହିଛନ୍ତି ଯେ ଯଦି ଆତଙ୍କବାଦ ମାମଲାରେ ତାଙ୍କୁ ଜେଲ୍ ପଠାଯିବ ତା’ହେଲେ ଦେଶରେ ଏହାର ଭୟଙ୍କର ପରିଣାମ ଦେଖିବାକୁ ମିଳିବ। ତାଙ୍କ ବିରୋଧରେ ଦାଖଲ ହୋଇଥିବା ଆତଙ୍କବାଦ ମାମଲାର ଶୁଣାଣି ସମୟରେ ଇସଲାମାବାଦ ହାଇକୋର୍ଟ ବାହାରେ ବହୁ ସଂଖ୍ୟାରେ ପୁଲିସ କର୍ମୀ ମୁତୟନ ଥିବାରୁ ଇମ୍ରାନ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅପରାଧିକ ଷଡ଼ଯନ୍ତ୍ର, ଆତଙ୍କ ସୃଷ୍ଟି ଆଦି ଅଭିଯୋଗ ଆଧାରରେ ଇମ୍ରାନଙ୍କ ବିରୋଧରେ ମାମାଲା ରୁଜୁ ହୋଇଛି। ଆତଙ୍କବାଦ ମାମଲାରେ ତଦନ୍ତକାରୀ ଦଳଙ୍କ ନିକଟରେ ହାଜର ହୋଇ ନ ଥିବାରୁ ତାଙ୍କୁ ଇସଲାମାବାଦ ପୁଲିସ ପକ୍ଷରୁ ନୋଟିସ ଜାରି କରାଯାଇଛି।
ଜେଲ୍ ପଠାଗଲେ ପରିଣାମ ଭୟଙ୍କର ହେବ: ଇମ୍ରାନ ଖାନ
/sambad/media/post_attachments/wp-content/uploads/2022/09/emran.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)