ନୂଆଦିଲ୍ଲୀ : ଚାକିରି ଓ ଶିକ୍ଷା କ୍ଷେତ୍ରରେ ମରାଠା ସଂପ୍ରଦାୟଙ୍କ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରମକୋର୍ଟଙ୍କ ପାଞ୍ଚଜଣିଆ ଖଣ୍ଡପୀଠ ବେଆଇନ୍ ଘୋଷଣା କରିବା ସହିତ ଯେଉଁ ରାୟ ପ୍ରଦାନ କରିଛନ୍ତି ସେଥିରେ ଓଡ଼ିଶାର ଦୁଇଟି ପ୍ରସଙ୍ଗକୁ ସ୍ଥାନିତ କରାଯାଇଛି। ୫୬୯ ପୃଷ୍ଠାର ଏହି ରାୟରେ ରାଜ୍ୟସଭାର ତତ୍କାଳୀନ ସାଂସଦ ଦିଲିପ ତିର୍କୀଙ୍କ ଭାଷଣ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ୨୦୧୭ ମସିହା ଡିସେମ୍ବର ୩୧ ତାରିଖରେ ଶ୍ରୀ ତିର୍କୀ କହିଥିଲେ ଯେ, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିିସି)ଙ୍କୁ ଚିହ୍ନଟ କରିବାର ଅଧିକାର ରାଜ୍ୟ ପାଖରେ ରହିବା ଦରକାର। ରାଜ୍ୟସଭାରେ ଜାତୀୟ ପଛୁଆବର୍ଗ କମିସନ ବିଲ୍କୁ ପାରିତ କରାଯିବା ସମ୍ପର୍କିତ ଆଲୋଚନାରେ ଭାଗନେଇ ସେ ଏହା କହିଥିଲେ। ସେହିଭଳି, ମୂଲ୍ୟର ଅଭିରୁଚି (Price Preference) ଅନ୍ତର୍ଗତ ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି ଉଦ୍ୟୋଗୀମାନଙ୍କୁ ରାଜ୍ୟ ସରକାରଙ୍କର ଏକ ନିଶ୍ଚିତ ମୂଲ୍ୟର ୧୦ ପ୍ରତିଶତ ଅନୁବନ୍ଧ କରିଛନ୍ତି ବୋଲି ରାୟରେ ଉଲ୍ଲେଖ କରାଯାଇଛି।
ମରାଠା ସଂପ୍ରଦାୟଙ୍କୁ ସଂରକ୍ଷଣ ବ୍ୟବସ୍ଥା ରାୟରେ ଓଡ଼ିଶାର ୨ଟି ପ୍ରସଙ୍ଗ ଉଲ୍ଲେଖ
/sambad/media/post_attachments/wp-content/uploads/2020/10/Supreme_Court_Oct26_aj4OuR7_202010.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)