ନୂଆଦିଲ୍ଲୀ: ୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ସବୁଠୁ ଅଧିକ ଆସନରେ ବିଜୟୀ ହୋଇଛି। କଂଗ୍ରେସକୁ ୬୫ ଆସନ ମିଳିଥିବାବେଳେ ବିଆର୍ଏସ୍ ୩୯ଟି ଆସନରେ ସୀମିତ ରହିଯାଇଛି। ତେବେ ଏଠାରେ ବିଜେପି ୮ଟି ଆସନରେ ଏବଂ ଏଆଇଏମ୍ଆଇଏ ୮ଟି ଆସନରେ ଜିତିଛନ୍ତି। ଫଳରେ କର୍ଣ୍ଣାଟକ ପରେ ଆଉ ଏକ ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବା ବାଟ ଫିଟିଛି। ୨୦୧୮ ତୁଳନାରେ ଏଥର କଂଗ୍ରେସକୁ ଅଧିକ ୪୬ଟି ଆସନ ମିଳିଛି। ଅନ୍ୟପକ୍ଷରେ ବିଆର୍ଏସ୍ ୪୯ଟି ଆସନ ହରାଇଛି। ବିଜେପି ପୂର୍ବଥର ଗୋଟିଏ ଆସନରେ ଜିତିଥିବାବେଳେ ଚଳିତଥର ଏହା ଅଧିକ ୭ଟି ଆସନରେ ଜିତିଛି। ମୁଖ୍ୟମନ୍ତ୍ରୀ କେସିଆର୍ କାମାରେଡ୍ଡି ଓ ଗଜୱେଲ ଆସନରୁ ନିର୍ବାଚନ ଲଢ଼ୁଥିଲେ। କିନ୍ତୁ ସେ ଗଜୱେଲରୁ ବିଜୟୀ ହୋଇଥିବାବେଳେ କାମାରେଡ୍ଡିରୁ ପରାଜିତ ହୋଇଛନ୍ତି। ତେଲେଙ୍ଗାନାରେ ବିଆର୍ଏସ୍ର ବିଜୟ ପଥରେ ରାଜ୍ୟର କଂଗ୍ରେସ ସଭାପତି ଆନୁମୁଲ୍ଲା ରେବାନ୍ତ ରେଡ୍ଡୀ ବ୍ରେକ୍ ଲଗାଇଛନ୍ତି। ରେଡ୍ଡୀ କୋଡ଼ାଙ୍ଗଲ ଆସନରୁ ବିଜୟୀ ହୋଇଛନ୍ତି।
ନିର୍ବାଚନରେ ପରାଜିତ ହେବା ପରେ ମୁଖ୍ୟମନ୍ତ୍ରୀ କେସିଆର ରାଜ୍ୟପାଳଙ୍କ ନିକଟକୁ ତାଙ୍କ ଓଏସ୍ଡିଙ୍କ ଜରିଆରେ ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ରାଜ୍ୟପାଳ ତାମିଲସାଇ ସୌନ୍ଦରାଜନ ତାଙ୍କ ଇସ୍ତଫାକୁ ଗ୍ରହଣ କରିବା ସହିତ ନୂଆ ସରକାର ଗଠନ ପର୍ଯ୍ୟନ୍ତ ଦାୟିତ୍ବ ସମ୍ଭାଳିବାକୁ କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp