ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର: କୃଷ୍ଣସାର ମୃଗ ଶିକାର ମାମଲାରେ କରାଯାଇଥିଲା ଟାର୍ଗେଟ, ଦୁର୍ବୁତ୍ତକୁ ଗିରଫ କଲା ହରିୟାଣା ପୁଲିସ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଷଡଯନ୍ତ୍ର କରିଥିବା ଦୁର୍ବୃତ୍ତକୁ ଗିରଫ କରିଛି ପୁଲିସ । ହରିୟାଣାର ଫରିଦାବାଦରେ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି । ଗିରଫ ଦୁର୍ବୃତ୍ତର ନାଁ ହେଲା ରାହୁଲ ସାଙ୍ଗା ଓରଫ ବାବା । ପଚରାଉଚରା ବେଳେ ରାହୁଲ ସ୍ୱୀକାର କରିଛି ଯେ, ସେ ସଲମାନ ଖାନଙ୍କୁ ଧମକ ଦେଇଥିଲା, ଏପରିକି ମୁମ୍ବାଇ ସ୍ଥିତି ତାଙ୍କ ବାସଭବନରେ ରେକି ବି କରିଥିଲା । ରାହୁଲ ହେଉଛି ହରିୟାଣା ଓ ରାଜସ୍ଥାନରେ ସକ୍ରିୟ ଥିବା ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ । କୃଷ୍ଣସାର ମୃଗ ହରିଣ ଶିକାର ମାମଲାରେ ଏହି ଗ୍ୟାଙ୍ଗର ରାଡାରରେ ଥିଲେ ସଲମାନ ଖାନ । ଏପରିକି କୋର୍ଟରେ ହାଜର ସମୟରେ ତାଙ୍କୁ ଧମକ ବି ଦିଆଯାଇଥିଲା ।

Sure that you're still Being Human?', Salman Khan slammed for ...
The Tribune India

ସୂଚନା ମୁତାବକ, ଏକ ହତ୍ୟା ମାମଲାରେ ଅଗଷ୍ଟ ୧୫ରେ ରାହୁଲଙ୍କୁ ଉତ୍ତରାଖଣ୍ଡରୁ ଗିରଫ କରାଯାଇଥିଲା । ଏହାପରେ ତାଙ୍କୁ ଅଧିକ ପଚରାଉଚରା ପାଇଁ ଫରିଦାବାଦ ଅଣାଯାଇଥିଲା । ଏଠାରେ ଅଧିକ ପଚରାଉଚରାବେଳେ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର ହେଉଥିବା ରାହୁଲ ପୁଲିସ ଆଗରେ ସ୍ୱୀକାର କରିଛି । ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସଦସ୍ୟ ସଲମାନଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର କରୁଥିଲା । ବର୍ତ୍ତମାନ ଦୁର୍ଦ୍ଦାନ୍ତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ରାଜସ୍ଥାନର ଭରତପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଜୀବନ କାଟୁଥିବା ଜଣା ପଡିଛି। ହେଲେ ତା’ ଗ୍ୟାଙ୍ଗ ଏବେ ବି ସକ୍ରିୟ ରହିଛି |

ସମ୍ବନ୍ଧିତ ଖବର