ନୂଆଦିଲ୍ଲୀ: ଶିବସେନା ନେତା ସଞ୍ଜୟ ରାଉତ ଆଜି ଏକ ଅଜବ ଦାବି କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଏବଂ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଚଳିତ ଲୋକସଭା ନିର୍ବାଚନରେ ଦଳର ବରିଷ୍ଠ ନେତା ନୀତିନ ଗଡ଼କରୀଙ୍କ ପରାଜୟ ପାଇଁ କାମ କରିଛନ୍ତି। ତେବେ ରାଉତଙ୍କ ଏଭଳି ଦାବି ହାସ୍ୟାସ୍ପଦ ଓ ପାଗଳପଣର ପରିଚାୟକ ବୋଲି ବିଜେପି କହିଛି। ରାଉତ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ପରାସ୍ତ କରାଯାଇପାରିବ ନାହିଁ ବୋଲି ଅନୁଭବ କରିବା ପରେ ଫଡନାଭିସ ବହୁତ ବିଳମ୍ବରେ ନାଗପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିବା ଗଡ଼କରୀଙ୍କ ପାଇଁ ଅନିଚ୍ଛାରେ ପ୍ରଚାର କରିଥିଲେ। ମୋଦୀ, ଶାହ ଓ ଫଡନାଭିସ ନାଗପୁରରେ ଗଡ଼କରୀଙ୍କ ପରାଜୟ ପାଇଁ କାମ କରିଥିଲେ ଦାବି କରି ରାଉତ କହିଛନ୍ତି ଯେ ସେମାନେ ଅସୁରକ୍ଷିତ ଅନୁଭବ କରୁଥିବାରୁ ଏଭଳି କାମ କରୁଛନ୍ତି।
ରାଉତ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ଇଣ୍ଡି ମେଣ୍ଟ ପ୍ରାର୍ଥୀଙ୍କୁ ହରାଇବା ପାଇଁ ୨୫-୩୦ କୋଟି ଟଙ୍କା ଲେଖାଏଁ ବଣ୍ଟନ କରିଛନ୍ତି ଏବଂ ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପିର ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ ମଧ୍ୟ ଷଡ଼୍ଯନ୍ତ୍ର କରିଛନ୍ତି। ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରି ରାଉତ କହିଛନ୍ତି ଯେ କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀ ବଦଳାଇଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/nitin-gadkari.jpg)