ଅଭିଯୋଗ ଆଣିଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମା’: ମୋ ପରିବାରକୁ ନିଶ୍ଚିହ୍ନ କରିବାକୁ ଉଦ୍ୟମ କରୁଛନ୍ତି ବିଧାୟକ କୁଲଦୀପ୍‌ ସେନ୍‌ଗର

ଲକ୍ଷ୍ନୌ : ରବିବାର ଉନ୍ନାଓ ପୀଡ଼ିତାଙ୍କ ପରିବାର ଏକ କାର୍‌ ଦୁର୍ଘଟଣାର ଶିକାର ହୋଇଥିଲା । କାର୍‌ ଭିତରେ ପୀଡ଼ିତାଙ୍କ ଓକିଲ, ପୀଡ଼ିତା ଏବଂ ତାଙ୍କର ଦୁଇ ସଂପର୍କୀୟ ଥିଲେ । ସେମାନେ ରାଏବରେଲି ଅଭିମୂଖେ ଯାଉଥିବା ସମୟରେ ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ପୀଡ଼ିତାଙ୍କ ଦୁଇ ସଂପର୍କୀୟ ମୃତ୍ୟୁବରଣ କରିଥିବା ବେଳେ ପୀଡ଼ିତା ଏବଂ ତାଙ୍କ ଓକିଲ ମହେନ୍ଦ୍ର ସିଂହ ଚୌହାନ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି । ତେବେ ରବିବାର ଏଭଳି ଘଟଣା ଘଟିଥିବା ବେଳେ ସୋମବାର ପୀଡ଼ିତାଙ୍କ ମା’ ଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ବିଧାୟକ କୁଲଦୀପ୍‌ ସେନ୍‌ଗର ଏପରି କରିଥିବା ନେଇ ବୟାନ ରଖିଛନ୍ତି ।

Image result for ‘Conspiracy to wipe out my family’: Unnao rape survivor’s mother
Times of India

ତାଙ୍କ କହିବା ଅନୁଯାୟୀ, ସେ ଜେଲ୍‌ରେ ଥାଇ ମଧ୍ୟ ଫୋନ ବ୍ୟବହାର କରୁଛନ୍ତି । ଫୋନ ଯୋଗେ ସେ ଏହି ଦୁର୍ଘଟଣାର ଯୋଜନା କରିଥିବା ବେଳେ ମୋ ପରିବାରର ସମସ୍ତଙ୍କୁ ସେ ହତ୍ୟା କରିବାକୁ ଚାହୁଁଛନ୍ତି । ଏହା ଦୁର୍ଘଟଣା ନଥିଲା ବରଂ ଯୋଜନାବଦ୍ଧଭାବେ ଏହାକୁ କରାଯାଇଥିଲା । ମୋ ଝିଅକୁ ହତ୍ୟା କରିବାର ଯୋଜନା ସେମାନଙ୍କର ଥିଲେ ମଧ୍ୟ ଭଗବାନଙ୍କ ଦୟାରୁ ସେ ଅଳ୍ପକେ ବର୍ତ୍ତି ଯାଇଛି । କିନ୍ତୁ ଭବିଷ୍ୟତରେ ସେ ଏଭଳି ଯୋଜନା ପୁଣି କରି ପାରନ୍ତି । ସେଥିପାଇଁ ଏ ନେଇ ତଦନ୍ତ ହେବା ନିହାତି ଆବଶ୍ୟକ ।

ସମ୍ବନ୍ଧିତ ଖବର