ଇନ୍ସପେକ୍ଟରଙ୍କ ସହ ସମଲିଙ୍ଗୀ ସମ୍ପର୍କ ରଖିଥିଲେ କନଷ୍ଟେବଳ, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି

ଜୟପୁର: ରାଜସ୍ଥାନର ନାଗୋରରେ ଖାକିରେ ଦାଗ ଲାଗିଛି | ଏଠାରେ ଜଣେ କନଷ୍ଟେବଳ ଏବଂ ପୁଲିସ ଇନ୍ସପେକ୍ଟରଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ଏବଂ ବ୍ଲାକମେଲିଂ ଘଟଣା ସାମ୍ନାକୁ ଆସିଛି | ଏହି ଘଟଣା ସାମ୍ନାକୁ ଆସିବା ପରେ ସବୁଆଡେ ଆଲୋଚନା ହେଉଛି। ବର୍ତ୍ତମାନ ଏହି ଘଟଣାର ତଦନ୍ତ ପାଇଁ ଏସପି ନିର୍ଦ୍ଦେଶ ଦେଇଛନ୍ତି । ନାଗୋର ଜିଲ୍ଲାର ଏସପି ରାମମୂର୍ତ୍ତି ଯୋଶୀ କହିଛନ୍ତି ଯେ ଗତ କିଛି ମାସ ହେବ କନଷ୍ଟେବଳ ପ୍ରଦୀପ ବାଜିଆ ଏବଂ ପୁଲିସ୍ ଷ୍ଟେସନର ଇନ୍ସପେକ୍ଟର ସମଲିଙ୍ଗୀ ସମ୍ପର୍କ ରଖିଥିଲେ | ଉଭୟ ସୋସିଆଲ ମିଡିଆରେ ଅଶ୍ଳୀଳ ଚିତ୍ର ସହିତ ଚାଟ୍ କରୁଥିଲେ | ଏହାରି ମଧ୍ୟରେ, କନଷ୍ଟେବଳ ପ୍ରଦୀପ ଥରେ ସୁଯୋଗ ପାଇ ମୋବାଇଲରେ ଇନ୍ସପେକ୍ଟରଙ୍କ ଏକ ନଗ୍ନ ଭିଡିଓ ସୁଟିଂ କରିଥିଲେ |

ଏହା ପରେ କନଷ୍ଟେବଳ ଜଣକ ଅଧିକାରୀଙ୍କୁ ବ୍ଲାକମେଲିଂ କରିବା ଆରମ୍ଭ କରିଥିଲେ | ଏସପି ଯୋଶୀ କହିଛନ୍ତି ଯେ ଏହା ୮ ମାସ ପୂର୍ବରୁ ଆରମ୍ଭ ହୋଇଥିଲା | ପ୍ରଥମେ ବନ୍ଧୁତା ପରେ ମୋବାଇଲ୍ ଚାଟିଂ ପରେ ଉଭୟଙ୍କ ମଧ୍ୟରେ ସମଲିଙ୍ଗୀ ସମ୍ପର୍କ ସ୍ଥାପନ ହୋଇଥିଲା | କିନ୍ତୁ କନଷ୍ଟେବଳଙ୍କ ଉଦ୍ଦେଶ୍ୟ ଇନ୍ସପେକ୍ଟରଙ୍କୁ ବ୍ଲାକମେଲିଙ୍ଗ କରିବା ଥିଲା | ତେଣୁ ସେ ମୋବାଇଲରେ ଇନ୍ସପେକ୍ଟରଙ୍କ ଏକ ନଗ୍ନ ଭିଡିଓ ସୁଟିଂ କରିଥିଲେ | ଏହା ପରେ କନଷ୍ଟେବଳ ଜଣକ ଅଧିକାରୀଙ୍କୁ ବ୍ଲାକମେଲିଂ କରି ଟଙ୍କା ମାଗିବା ଆରମ୍ଭ କରିଥିଲେ |

ଅପମାନ ଭୟରେ ଇନ୍ସପେକ୍ଟର ଜଣକ ଏପର୍ଯ୍ୟନ୍ତ କନଷ୍ଟେବଳଙ୍କୁ ପ୍ରାୟ ୨.୫ ଲକ୍ଷ ଟଙ୍କା ଦେଇଥିଲେ | କିନ୍ତୁ କନଷ୍ଟେବଳ ଅଧିକ ଟଙ୍କା ସହ କାର ମାଗିବା ଆରମ୍ଭ କରିଥିଲେ | ଏହାପରେ ଇନ୍ସପେକ୍ଟର ଜଣକ ପୁଲିସ ଷ୍ଟେସନରେ କନଷ୍ଟେବଳଙ୍କ ବିରୋଧରେ ମାମଲା ଦାୟର କରିଥିଲେ। ଏହି ମାମଲାରେ ଏସପି ରାମମୂର୍ତ୍ତି ଉଭୟଙ୍କୁ ନିଲମ୍ବିତ କରି କନଷ୍ଟେବଳଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏସପିଙ୍କ ତରଫରୁ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି |

ସମ୍ବନ୍ଧିତ ଖବର