ସ୍ତ୍ରୀ-ପିଲାଙ୍କ ସହ କନ୍‌ଷ୍ଟେବଳଙ୍କ ଆତ୍ମହତ୍ୟା

ଅହମଦାବାଦ: ଗୁଜରାଟର ଜଣେ ପୁଲିସ କନ୍‌ଷ୍ଟେବଳ ଓ ତାଙ୍କ ସ୍ତ୍ରୀ ନିଜର ପିଲାଙ୍କ ସହ ବୁଧବାର ସମୂହ ଆତ୍ମହତ୍ୟା କରିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପୁଲିସର କହିବା ଅନୁସାରେ ଅହମଦାବାଦ ନଗରୀର ଏକ ଥାନାରେ ନିଯୁକ୍ତ କନ୍‌ଷ୍ଟେବଳ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କର ବନ୍ଧୁ ଓ ସହକର୍ମୀମାନଙ୍କ ପାଖକୁ ହ୍ବାଟ୍‌ଆପ୍‌ରେ ଏକ ଦୀର୍ଘ ବାର୍ତ୍ତା ପଠାଇଥିଲେ, ଯେଉଁଥିରେ ସେ ସେମାନଙ୍କ ସହିତ ଓ ତାଙ୍କ ବାପାମାଆଙ୍କ ସହିତ କଟାଇଥିବା ମୁହୂର୍ତ୍ତଗୁଡ଼ିକ ସ୍ମରଣ କରିଥିଲେ। ଏଥିସହ ସେମାନେ ଗ୍ରେଡ୍ ପେ ପାଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ।

ଘଟଣା ଘଟିଥିଲା ବୁଧବାର ଦିନ ସାଢ଼େ ଗୋଟାଏ ବେଳେ। ସୋଲା ଥାନାର ଇନ୍ସପେକ୍ଟର ଏନ୍‌ଆର୍ ବାଘେଲାଙ୍କ କହିବା ଅନୁସାରେ କନ୍‌ଷ୍ଟେବଳ ଜଣକ ରହୁଥିବା ୧୨ ମହଲା କୋଠାରୁ ତଳକୁ ଡେଇଁଥିଲେ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ ପ୍ରଥମେ ତାଙ୍କ ସ୍ତ୍ରୀ ଡେଇଁଥିଲେ। ତା’ର ୧୦ ସେକେଣ୍ଡ ଭିତରେ କନଷ୍ଟେବଳ ତାଙ୍କର ୨ ବର୍ଷର ଝିଅକୁ ଧରି ଡେଇଁପଡ଼ିଥିଲେ। ଏବେ ତଦନ୍ତ ଚାଲିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। କନଷ୍ଟେବଳଙ୍କ ଫୋନ୍ ମିଳିବା ପରେ କିଛି ସୁରାକ ମିଳିପାରେ ବୋଲି ତଦନ୍ତକାରୀ ଅଫିସରମାନେ କହିଛନ୍ତି।

ସମ୍ବନ୍ଧିତ ଖବର