ଭୁଲ୍‌ରେ ଗୁଳି ଫୁଟାଇ ଦେଲେ ଶତ୍ରୁଘ୍ନ ସିହ୍ନାଙ୍କ ବାସଭବନରେ ମୁତୟନ ହୋଇଥିବା କନେଷ୍ଟବଳ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଏବଂ ଭାରତୀୟ ଜନତା ପାର୍ଟିର ସାଂସଦ ଶତ୍ରୁଘ୍ନ ସିହ୍ନାଙ୍କ ମୁମ୍ବାଇ ବାସଭବନରେ ମୁତୟନ କରାଯାଇଥିବା ଜଣେ ପୁଲିସ କନେଷ୍ଟବଳଙ୍କର ଭୁଲ୍‌କ୍ରମେ ତାଙ୍କ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଦେଇଛନ୍ତି, କିନ୍ତୁ ଏ ଘଟଣାରେ କେହି ଆହତ ହୋଇ ନାହାନ୍ତି ବୋଲି ରବିବାର ଦିନ ଜଣେ ଅଧିକାରୀ କହିଛନ୍ତି।

ଜୁହୁ ପଶ୍ଚିମ ଉପନଗରୀ ଠାରେ ଥିବା ସିହ୍ନାଙ୍କ ବାସଭବନରେ ଶନିବାର ସନ୍ଧ୍ୟାରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ସେଠାରେ ତାଙ୍କ ସୁରକ୍ଷା ନିମନ୍ତେ ମୁତୟନ କରାଯାଇଥିବା କନେଷ୍ଟବଳଜଣକ ଧରି ଏପଟ ସେପଟ କରୁଥିବା ବେଳେ ଗୁଳି ଫୁଟିଥିଲା ବୋଲି ଅଧିକାରୀଜଣକ କହିଛନ୍ତି।

ଭୁଲ୍‌ କ୍ରମେ ଗୁଳି ଫୁଟିଥିଲେ ମଧ୍ୟ ଏଥିରେ କେହି ଆହତ ହୋଇ ନାହାନ୍ତି ବୋଲି ସେ ଅଧିକାରୀ କହିଛନ୍ତି।

ବିହାର ଅନ୍ତର୍ଗତ ପାଟନା ସାହିବର ୭୨ ବର୍ଷିୟ ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ‘ରାମାୟଣ’ ନାମକ ଏହି ଅଟ୍ଟାଳିକାର ୮ମ ତାଲାରେ ରହନ୍ତି।

ଘଟଣାଘଟିବା ବେଳେ ବିଜେପି ସାଂସଦ ସିହ୍ନା ଘରେ ଥିଲେ କି, ନାହିଁ ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର