ଜୟପୁର: ରାଜସ୍ଥାନର ରାଜସମନ୍ଦ ଜିଲ୍ଲାରେ ଆଜି ଜଣେ ପୁଲିସ କନେଷ୍ଟବଳ ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏକ ଜମି ବିବାଦ ମାମଲାର ତଦନ୍ତ କରୁଥିବା ହେଡ୍ କନେଷ୍ଟବଳ ଅବଦୁଲ୍ ଗନି ତଦନ୍ତ ପାଇଁ ବିବାଦୀୟ ସ୍ଥଳକୁ ଯାଇଥିବାବେଳେ ସେଠାରେ ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ କିଛି ଗ୍ରାମବାସୀଙ୍କ ସହ ତାଙ୍କର ବଚସା ହୋଇଥିଲା। ପରେ ବିଶୃଙ୍ଖଳ ଜନତା ତାଙ୍କୁ ନିର୍ମମ ପ୍ରହାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ରାଜ୍ୟ ପୁଲିସ ବିଭାଗରେ ଆଲୋଡ଼ନ ସୃଷ୍ଟି କରିଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ରାଜସ୍ଥାନରେ ଭିଡ଼ହିଂସା, ପୁଲିସ କନେଷ୍ଟବଳଙ୍କୁ ହତ୍ୟା
/sambad/media/post_attachments/wp-content/uploads/2019/07/Untitled-2-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)