ଦାଖଲ ହେଲା ହେଡ କନେଷ୍ଟବଳ ରତନ ଲାଲ ହତ୍ୟା ଘଟଣାର ପାଖାପାଖି ୧୧୦୦ପୃଷ୍ଠାର ଚାର୍ଜସିଟ୍‌: ଏମିତି କରାଯାଇଥିଲା ଦଙ୍ଗାର ଯୋଜନା

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀରେ ନାଗରିକତା ଆଇନ ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ହୋଇଥିବା ଦଙ୍ଗାରେ ଦିଲ୍ଲୀ ପୁଲିସର ହେଡ କନେଷ୍ଟବଳ ରତନ ଲାଲଙ୍କୁ
ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ପାଖାପାଖି ୧୧୦୦ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ ରହିଛି କି, ୪୦ରୁ ୫୦ଜଣିଆ ଏକ ଟିମ୍‌ ଫେବ୍ରୁଆରି ୨୨ ତାରିଖରେ ଗୋଟିଏ ଘରେ ଏହି ଦଙ୍ଗା ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ, ଘରେ ପିଲା ଓ ବୃଦ୍ଧଙ୍କୁ ରହିବାକୁ ପରାମର୍ଶ ଦେଇ ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେ। ଫ୍ରେବୁଆରି ୨୩ରେ ସାମାନ୍ୟ ହିଂସା ଘଟାଇ ଫେରି ଆସିଥିଲେ। କିନ୍ତୁ ଫେବ୍ରୁଆରି ୨୪ରେ ପୁଣିଥରେ ବିକ୍ଷୋଭକାରୀ ଘରୁ ବାହରି ଦଙ୍ଗା ଆରମ୍ଭ କରିଥିଲେ।

Head constable Ratan Lal case: Delhi Police to file chargesheet ...
Zee News

ଏହି ଦଙ୍ଗା ସମୟରେ ସାହଦରା ଡିସିପି ଅମିତ ଶର୍ମା ଓ ଏସପି ଅନୁଜ ଶର୍ମା ଗମ୍ଭୀର ଆହତ ହୋଇଥିଲା ବେଳେ ୧୦୫ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିଲା। ଦଙ୍ଗା ସମୟରେ ଦଙ୍ଗାକାରୀଙ୍କ ଗୁଳିରେ ହେଡ କନେଷ୍ଟବଳ ରତନ ଲାଲଙ୍କର ମୃତ୍ୟୁ ବି ହୋଇଯାଇଥିଲା। ଏହି ସମ୍ପୂର୍ଣ୍ଣ ଘଟଣାରେ ୪ରୁ ୫ ଜଣ ଯୋଜନାକାରୀ ରହିଥିଲେ । ଯେଉଁଥିରେ ସଲିମ୍‌ ଖାନ୍‌, ସଲୀମ୍‌ ମୁନ୍ନା ଓ ସାଦାବଙ୍କ ନାମ ସାମିଲ ରହିଛି। ଏହି ଦଙ୍ଗାରେ ସାମିଲ ଥିବା ୧୭ଜଣଙ୍କୁ ଏସ୍‌ଆଇଟି ଗିରଫ କରିଥିଲା। ଚାର୍ଜସିଟ୍‌ରେ ଉକ୍ତ ୧୭ଜଣ ଅଭିଯୁକ୍ତଙ୍କ ନାମ ବି ଉଲ୍ଲେଖ ରହିଛି।

Delhi Police Files Chargesheet In Head Constable Ratan Lal Murder ...

ଏହି ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ଅଛନ୍ତି ଯେଉଁମାନଙ୍କୁ ଏଯାବତ ଗିରଫ କରାଯାଇ ନାହିଁ। ଯେଉଁଥିରେ ଅନେକ ମହିଳାମାନେ ବି ସାମିଲ ରହିଥିବା ଜଣାପଡ଼ିଛି। ଚାର୍ଜସିଟ୍‌ରେ ସିସିଟିଭ ଫୁଟେଜ, ମୋବାଇଲ ଭିଡିଓ ଫୁଟେଜ ଓ କଲ ଡିଟେଲସ୍‌ ଓ ଘଟଣାସ୍ଥଳରେ ଥିବା ସାକ୍ଷୀ ପୁଲିସ ଅଧିକାରୀ ଓ ପୁଲିସ କର୍ମଚାରୀଙ୍କ ବୟାନ ସାମିଲ ରହିଛି। ଏଥିରେ ୬୦ଜଣ ଲୋକଙ୍କ ନାମ ସାକ୍ଷୀ ଭାବେ ଉଲ୍ଲେଖ ରହିଛି।

ସମ୍ବନ୍ଧିତ ଖବର