ନିୟମ ଭାଙ୍ଗିଥିବାରୁ ଇନ୍ସପେକ୍ଟରଙ୍କୁ ଟିଉସନ କଲେ କନେଷ୍ଟବଳ, ପ୍ରଶଂସାରେ ପୋତିଲେ ଆଇଜି

ଲଖନଉ: କରୋନା ପାଇଁ ଲକଡାଉନ କଟକଣା ବେଳେ ନିଜ ସାଙ୍ଗମାନଙ୍କ ସହ ବିଳମ୍ବିତ ରାତିରେ ବୁଲୁଥିଲେ ଥାନା ବାବୁ | ରାତ୍ରିକାଳୀନ କର୍ଫ୍ୟୁ ସମୟରେ ସାଙ୍ଗମାନଙ୍କ ସହ ରାସ୍ତାରେ ବୁଲୁଥିବାବେଳେ ଅଟକାଇଲେ ମହିଳା କନେଷ୍ଟବଳ | ଆଉ ଲକଡାଉନ ନିୟମ ଭାଙ୍ଗିଥିବାରୁ ତାଗିଦ କଲେ | ନିୟମ ଆଗରେ ସମସ୍ତେ ସମାନ, ଏକଥାକୁ ମନରେ ରଖି ଭୟ ନ କରି ଥାନା ବାବୁଙ୍କୁ ତାଗିଦ କରିବା ଏବେ ଚର୍ଚ୍ଚା ସୃଷ୍ଟି କରିଛି |

ଉତ୍ତରପ୍ରଦେଶର ପୁଲିସ ଆଇଜି ନବନୀତ ସିକେରା ଏହି ମହିଳା କନେଷ୍ଟବଳଙ୍କୁ ପ୍ରଶଂସା କରିଛନ୍ତି | ତାଙ୍କର କାମ ପ୍ରତି ଥିବା ଦାୟିତ୍ୱବୋଧତାକୁ ନେଇ ସାବାସି ଦେଇଛନ୍ତି | ମିଳିଥିବା ସୂଚନା ମୁତାବକ ଜଣେ ଇନ୍ସପେକ୍ଟର ତାଙ୍କର କିଛି ସାଙ୍ଗଙ୍କ ସହ ରାତି ଦଶଟା ସମୟରେ ବୁଲୁଥିଲେ।


ମହିଳା କନଷ୍ଟେବଳ ପ୍ରୀତି ସରୋଜ ଇନ୍ସପେକ୍ଟରଙ୍କୁ ତାଙ୍କ ସାଙ୍ଗମାନଙ୍କ ସାମ୍ନାରେ ତାଗିଦ କରିବା ସହ ଏଭଳି ନ କରିବାକୁ ଚେତାଇ ଦେଇଥିଲେ | ଏହା ପରେ ଇନ୍ସପେକ୍ଟର ନିଜ ଭୁଲ ବୁଝିପାରି କ୍ଷମା ମାଗିଥିଲେ | ନବନୀତ ସିକେରା ଟ୍ୱିଟ କରି ମହିଳା କନେଷ୍ଟବଳଙ୍କୁ ସାହସକୁ ଢେର ପ୍ରଶଂସା କରିଛନ୍ତି | ତେବେ ଏହି ଘଟଣାରେ ସମ୍ପୃକ୍ତ ଇନ୍ସପେକ୍ଟରଙ୍କ ନାମ ଉଲ୍ଲେଖ କରିନାହାନ୍ତି |

ସମ୍ବନ୍ଧିତ ଖବର