ଛତିଶଗଡ଼: ସର୍ଭିସ ରାଇଫଲରେ ଦୁଇ ସହକର୍ମୀଙ୍କୁ ଗୁଳି କରି ହତ୍ୟା କଲେ କନଷ୍ଟେବଳ

ରାୟପୁର: ନିଜର ସର୍ଭିସ ରାଇଫଲରେ ଜଣେ କନଷ୍ଟେବଳ ଅନ୍ୟ ୨ ଜଣ କନଷ୍ଟେବଳଙ୍କୁ ଗୁଳି କରି ହତ୍ୟା କରି ଗିରଫ ହୋଇଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଥିବା ବୁଧବାର ଜଣାପଡ଼ିଛି। ବସ୍ତରର ଅନ୍ଦରୁଣୀ ଅଂଚଳରେ ମୁତୟନ ଜଣେ କନଷ୍ଟେବଳ ନିଜର ସର୍ଭିସ ରାଇଫଲରେ ନିଜର ଅନ୍ୟ ୨ ଜଣ ସହକର୍ମୀଙ୍କୁ ଗୁଳି କରିଥିଲେ। ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।

ବିଜାପୁର ଏସ୍‌ପି ଦିବ୍ୟାଙ୍ଗ ପଟେଲ ଏହି ଘଟଣାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଅଭିଯୁକ୍ତ କନଷ୍ଟେବଲ ଓ ମୃତ ୨ କନଷ୍ଟେବଲଙ୍କ ମଧ୍ୟରେ ପୂର୍ବରୁ ଯୁକ୍ତିତର୍କ ହୋଇଥିଲା। ନେମେଡ଼ ଥାନା ଅଂଚଳରେ ଏହି ଘଟଣା ଘଟିଛି। ସୂଚନାଯୋଗ୍ୟ ଗତ ମାର୍ଚ୍ଚରେ ଚିନ୍ତାଗୁଫା ଶିବିରରେ ଜଣେ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

 

ସମ୍ବନ୍ଧିତ ଖବର