ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଗାର୍ଡ ଅଫ ଅନର ଦେବାକୁ ମନାକରି ଛୁଟିରେ ଗଲେ  ୨୫୦ ପୁଲିସ

ଯୋଧପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିିଆଙ୍କ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛନ୍ତି ତାଙ୍କ ଅଧୀନାରେ ଥିବା ଗୃହବିଭାଗର କର୍ମଚାରୀ।  କେନ୍ଦ୍ର ଗୃହମନ୍ତ୍ରୀ  ରାଜନାଥ ସିଂହଙ୍କ ରାଜସ୍ଥାନ ଗସ୍ତ ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ  ନିୟୋଜିତ କଷ୍ଟେବଳମାନେ ରାଜନାଥଙ୍କୁ ଗାର୍ଡ ଅଫ ଅନର ଦେବେ ନାହିଁ ବୋଲି  ମନା କରି ଦେବା ସହିତ ସାମୁହିକ ଛୁଟିରେ ଯାଇ  ରାଜସ୍ଥାନ ସରକାରଙ୍କୁ ଏକ ଅପଦସ୍ତ ସ୍ଥିତିରେ ପହଞ୍ଚାଇ ଦେଇଛନ୍ତି। ଜଣେ ନୁହେଁ, ଦୁଇଜଣ ନୁହଁନ୍ତି, ୨୫୦ରୁ ଊର୍ଧ୍ୱ ରାଜସ୍ଥାନ ପୁଲିସର କନଷ୍ଟବଳ  ସମୁହ ଛୁଟି ଆବେଦନ କରି ଗତକାଲି (ସୋମବାର) ଦିନକ ପାଇଁ ଡ୍ୟୁଟି କରି ନ ଥିଲେ। ସରକାର କନଷ୍ଟେବଳମାନଙ୍କ ଦରମା ହ୍ରାସ କରୁଥିବା ନେଇ ଏକ ଗୁଜବ ପ୍ରଚାରିତ ହେବା ପରେ ଏହାର ପ୍ରତିବାଦ କରି କନଷ୍ଟେବଳମାନେ ସମୁହ ଛୁଟି ଦରଖାସ୍ତ ଦେଇ ଡ୍ୟୁଟିରେ ଯୋଗ ଦେଇ ନ ଥିଲେ।

ଦରମା କାଟ ହେଉଥିବା ଗୁଜବ ଶୁଣି ରାଜନାଥ ସିଂହଙ୍କୁ ଗାର୍ଡ ଅଫ ଅନର ଦେବାକୁ ନିୟୋଜିତ ପୁଲିସ କର୍ମୀ ସମୁହ ଛୁଟି ଦରାକାର ନେଦଇ  ଡ୍ୟୁଟିରେ ଯୋଗ ଦେଇ ନ ଥିଲେ। ଏହା ଫଳରେ ରାଜସ୍ଥାନ ସରକାରଙ୍କୁ ଅପଦସ୍ତ ହେବାକୁ ପଡ଼ିଛି।

ଯୋଧପୁର ପୁଲିସ କମିସନର ଅଶୋକ ରାଠୋର କହିଛନ୍ତି ଯେ ୨୫୦ରୁ ଊର୍ଧ୍ୱ ପୁଲିସ କର୍ମଚାରୀ ଦିନିକିଆ  ଛୁଟି ପାଇଁ ଦରଖାସ୍ତ କରିଥିଲେ।  ତେବେ ସେମାନଙ୍କ ଛୁଟି ମଞ୍ଜୁର ହୋଇ ନ ଥିଲେ ମଧ୍ୟ ସେମାନେ ଡ୍ୟୁଟି ଯୋଗ ଦେଇ ନ ଥିଲେ। ତେଣୁ  ସେମାନେ ଡ୍ୟୁଟିରେ ଅନୁପସ୍ଥିତ ଥିବା ଦର୍ଶାଯାଇଛି। ସମୁହ ଛୁଟି ଆବେଦନ କରି ଡ୍ୟୁଟି କରି ନ ଥିବା କନଷ୍ଟେବଳଙ୍କ ମଧ୍ୟରେ କେତେକଙ୍କର କେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ତାଙ୍କୁ ଗାର୍ଡ ଅଫ ଅନର ଦେବା ପାଇଁ ଡ୍ୟୁଟି ଦିଆଯାଇଥିଲା। ମାତ୍ର ସେମାନେ ଡ୍ୟୁଟି କରିବେ ନାହିଁ ବୋଲି ମନା କରି ଦେଇଥିଲେ। ତେଣୁ ସେମାନଙ୍କ ବଦଳରେ ଅନ୍ୟ  କନଷ୍ଟେବଳଙ୍କ ଦ୍ୱାରା  ଗୃହମନ୍ତ୍ରୀଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା ବୋଲି  ଶ୍ରୀ ରାଠୋର କହିଛନ୍ତି।ଶ୍ରୀ ରାଠୋର କହିଛନ୍ତି ଯେ ଏହା ଏକ ଅକ୍ଷମଣୀୟ ଅପରାଧ। ପୁଲିସ ଫୋର୍ସରେ ବିଶୃଙ୍ଖଳାର ସ୍ଥାନ ନାର୍ହିଁ। ତେଶୁ ଏପରି ବିଶୃଙ୍ଖଳା ସୃଷ୍ଟି କରି ସରକାରଙ୍କୁ ଅପଦସ୍ତ କରିଥିବା କନଷ୍ଟେବଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ସେହିପରି ରାଜସ୍ଥାନ ପୁଲସି ମହାନିର୍ଦ୍ଦେଶକ ଅଜିତ ସିଂହ କହିଛନ୍ତି ଯେ କୌଣସି  ପରିସ୍ଥିତିରେ  ବିଶୃଙ୍ଖଳାକୁ ବରଖାସ୍ତ କରାଯିବ ନାହିଁ।  ସୂଚନାଯୋଗ୍ୟ ଯେ ଗତ କିଛି ଦିନ ହେବ ରାଜସ୍ଥାନ ପୁଲିସ କନଷ୍ଟେବଳମାନଙ୍କ ମଧ୍ୟରେ ଏକ ଗୁଜବ ଖେଳିବୁଲୁଛି। ଏ ନେଇ ଏକ ହ୍ଵାଟ୍ସଆପ୍‌ ମେସେଜ ମଧ୍ୟ କନଷ୍ଟେବଳମାନଙ୍କ ମଧ୍ୟରେ ପ୍ରଚାରିତ ହୋଇଛି, ଯେଉଁଥିରେ କନଷ୍ଟେବଳମାନଙ୍କ ବର୍ତ୍ତମାନ ସ୍କେଲ ପେ (ଦରମା) ୨୪ହଜାରକୁ ୧୯ ହଜାରକୁ ହ୍ରାସ କରିବା କରିବା ନେଇ ରାଜ୍ୟ ସରକାର ଯୋଜନା କରୁଥିବା କୁହାଯାଇଛି। ଏହାର ପ୍ରତିବାଦରେ କନଷ୍ଟେବଳମାନେ ପ୍ରତିବାଦ କରିବା ଆରମ୍ଭ କରି ଦେଇଛନ୍ତି। ଏପରିକି ଦୁଇଜଣ କନଷ୍ଟେବଳ  ଏହାର ପ୍ରତିବାଦରେ ଲଣ୍ଡା ହୋଇପଡ଼ିଛନ୍ତି। କନଷ୍ଟେବଳମାନଙ୍କ ପ୍ରତିବାଦକୁ ଦୃଷ୍ଟିରେ ରଖି  ଆଗାମୀ ଦିନରେ ଦୀପାବଳି ସମୟରେ ସମ୍ବେଦନଶୀଳ ସ୍ଥାନମାନଙ୍କରେ ପୁଲିସ ମୂତୟନ ନେଇ  ରାଜ୍ୟ ଗୃହବିଭାଗ  ଚିନ୍ତାରେ ପଡ଼ିଛି। ଏନେଇ ରାଜସ୍ଥାନ ପୁଲିସ ମହାନିର୍ଦ୍ଦେଶକ  ଅଜିତ ସିଂହ ସମସ୍ତ ଆଇଜି ଓ ପୁଲିସ ସୁପରିଟେଣ୍ଡେଣ୍ଟମାନଙ୍କୁ ଚିଠି ଲେଖି ପ୍ରତିବାଦ କରୁଥିବା କନଷ୍ଟେବଳଙ୍କୁ ଦରମା କାଟ ଏକ ଗୁଜବ ବୋଲି ବୁଝାଇବାକୁ କହିଛନ୍ତି।

ସମ୍ବନ୍ଧିତ ଖବର