ଯଦି ରାହୁଲ ଗାନ୍ଧୀ ବିଷ ପିିଇବା ପରେ ବଞ୍ଚିଯିବେ, ତେବେ ଆମେ ସେ ମହାପ୍ରଭୁ ଶିବଙ୍କ ଅବତାର ବୋଲି ମାନି ନେବୁ : ଗନପତ ବସାବା

ଅହମଦାବାହଦ୍‌ : ସୋମବାର ଗୁଜୁରାଟର ଆଦିବାସୀ ବିକାଶ ମନ୍ତ୍ରୀ ଗନପତ୍‌ ବସାବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ଯେଉଁ ବୟାନ ଦେଇଛନ୍ତି, ତାହା ଚର୍ଚ୍ଚାର ବିଷୟ ପାଲଟିଛି । ରାହୁଲ ଗାନ୍ଧୀ ସତରେ ମହାପ୍ରଭୁ ଶିବଙ୍କ ଅବତାର କି ନାହିଁ ଜାଣିବା ପାଇଁ ସେ ତାଙ୍କୁ ୫୦୦ଗ୍ରାମ୍‌ ବିଷ ପିଇବା ପାଇଁ କହିବା ଖବର ଏବେ ପ୍ରସାର ହେବାରେ ଲାଗିଛି । ତାଙ୍କର ଏଭଳି ବୟାନକୁ ନିନ୍ଦା କରିଛି କଂଗ୍ରେସ ।

ସୁରଟ୍‌ର ବାର୍‌ଡୋଲିରେ ଆୟୋଜନ କରାଯାଇଥିବା ଏକ ସଭାରେ ଯୋଗ ଦେଇ ଗନପତ୍‌ ବସାବା କହିଛନ୍ତି, “କଂଗ୍ରେସର ସମର୍ଥକମାନେ ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଅବତାର ବୋଲି ଦାବି କରୁଛନ୍ତି । ଯେମିତି ଭଗବାନ ଶିବ ଲୋକମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ବିଷ ପିଇ ଦେଇଥିଲେ । ମୁଁ ଚାହୁଁଛି କଂଗ୍ରେସର କର୍ମକର୍ତ୍ତାମାନେ ରାହୁଲ ଗାନ୍ଧୀଙ୍କୁ ୫୦୦ଗ୍ରାମ ବିଷ ପିଇବାକୁ ଦିଅନ୍ତୁ । ଯଦି ସେ ଭଗବାନ ଶିବଙ୍କ ଭଳି ବିଷ ପିଇ ମଧ୍ୟ ବଞ୍ଚିଯିବେ, ତେବେ ଆମେ ମାନେ ଭଗବାନ ଶିବ ରାହୁଲ ଗାନ୍ଧୀଙ୍କ ଋପରେ ପୁର୍ନଜନ୍ମ ନେଇଥିବା କଥା ବିଶ୍ୱାସ କରିନେବୁ।”

Patrika

ଅନ୍ୟ ପକ୍ଷରେ, ଗନପତଙ୍କ ଏଭଳି ବୟାନ ପରେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି କଂଗ୍ରେସ କର୍ମକର୍ତ୍ତା । “ବିଜେପିର ଜଣେ ବରିଷ୍ଠ ନେତା ଏଭଳି ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ବିଜେପି ଦଳ ଏବଂ ତା’ର ନେତାମାନଙ୍କର ଅସଲ ମୁଖା ପଦାରେ ପକାଇଛି । ଆଗାମୀ ଲୋକସଭା ନିର୍ବାଚନରେ ହାରିବେ ବୋଲି ଜାଣି ସାରିଥିବାରୁ ଅବସାଦଗ୍ରସ୍ତ ହୋଇ ବିଜେପି ନେତାମାନେ ଏଭଳି ବୟାନ ଦେଉଛନ୍ତି” ବୋଲି କହିଛନ୍ତି ଗୁଜୁରାଟରେ ଥିବା କଂଗ୍ରେସର ପ୍ରବକ୍ତା ମନୀଷ ଦୋଷୀ ।

ସମ୍ବନ୍ଧିତ ଖବର