ଖାଉଟିଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କଲେ ମିଳିବ ଦଣ୍ଡ!

ନୂଆଦିଲ୍ଲୀ: ବ୍ୟାବସାୟିକ ଉଦ୍ଦେଶ୍ୟରେ କୌଣସି କଂପାନି ପକ୍ଷରୁ ଯଦି କୌଣସି ଖାଉଟିଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟକୁ ପ୍ରଦାନ କରାଯାଏ ତେବେ ଉକ୍ତ କଂପାନିକୁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଜଣାଯାଇଛି। କେନ୍ଦ୍ର ସରକାର ଖାଉଟି ସୁରକ୍ଷା ବିଲ୍‌ ଆଣି ଏଭଳି ବ୍ୟବସ୍ଥା କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଯୁ ଏନ୍‌ ବାଣିଜ୍ୟ ଏବଂ ବିକାଶ ସମ୍ମିଳନୀରେ ଏହାର ସଧାାରଣ ସଂପାଦକ ମୁଖିସା କିଟୁୟୀ କହିଛନ୍ତି ଯେ ଖାଉଟିଙ୍କର ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ । ପୂର୍ବରୁ ଏ ସଂପର୍କରେ ଖାଉଟି ସଚେତନତା ସୃଷ୍ଟି କରୁଥିବା ସାମାଜିକ କର୍ମୀମାନେ ଏଥି ଲାଗି ସ୍ୱର ଉତ୍ତୋଳନ କରିଛନ୍ତି। ।

photo-indian express

ଏ ସଂକ୍ରାନ୍ତୀୟ ଏକ ବିଲ୍‌ ଖୁବ୍‌ ଶୀଘ୍ର ପାର୍ଲାମେଣ୍ଟରେ ପାରିତ ହେବାର ଯୋଜନା ରହିଥିବା ଖାଉଟି ବ୍ୟାପାର ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି। ଏହି ବିଲ୍‌ ପାରିତ ହେବା ପରେ ବ୍ୟାବସାୟିକ ଉଦ୍ଦେଶ୍ୟରେ କୌଣସି କଂପାନି ପକ୍ଷରୁ ଯଦି କୌଣସି ଖାଉଟିଙ୍କ ବ୍ୟକ୍ତିଗତ ତଥ୍ୟ ଅନ୍ୟକୁ ପ୍ରଦାନ କରାଯାଏ ତେବେ ଉକ୍ତ କଂପାନିକୁ ଦଣ୍ଡ ବିଧାନର ବ୍ୟବସ୍ଥା କରାଯିବ ବୋଲି ଜଣାଯାଇଛି। ଏସଂପର୍କରେ ନିଜର ମତ ରଖି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସଓ୍ଵାନ୍‌ କହିଛନ୍ତି ଯେ ଏହି ବିଲ୍‌ ଆଗାମୀ ଶୀତ ଅଧିବେଶନରେ ପାସ୍‌ ହୋଇଯିବବୋଲି ସେ ଆଶାବାଦୀ। ବିଭିନ୍ନ ଦେଶରେ କାର୍ଯ୍ୟକାରୀ ହୋଇଥିବା ଏହି ବିଲରେ ତାହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି।

 

ସମ୍ବନ୍ଧିତ ଖବର