ଏଣିକି ନିଜେ ଚାହିଁଲେ ଆପଣ ବି କରିପାରିବେ ମିଟର ରିଡିଂ ଆଉ ପ୍ରସ୍ତୁତ କରିପାରିବେ ବିଦ୍ୟୁତ ବିଲ

ପାଟନା: ଆପଣଙ୍କର ବିଦ୍ୟୁତ ମିଟର ରିଡିଂ କରିବାକୁ ଠିକ ସମୟରେ ବିଦ୍ୟୁତ ବିଭାଗର କର୍ମଚାରୀ ଆସୁନାହାନ୍ତି କି, ତେବେ ଆଉ ଚିନ୍ତା କରିବାର କାରଣ ନାହିଁ | କାରଣ ଏଣିକି ଜଣେ ଚାହିଁଲେ ନିଜେ ମିଟର ରିଡିଂ କରିବା ସହ ବିଦ୍ୟୁତ ବିଲ ମଧ୍ୟ ପ୍ରସ୍ତୁତ କରିପାରିବେ | ବିହାରରେ ବିଦ୍ୟୁତ ବିତରଣ କମ୍ପାନୀ ଏବେ ଏମିତି ଏକ ପ୍ରକ୍ରିୟା ଆରମ୍ଭ କରିଛନ୍ତି | ବର୍ତ୍ତମାନ ପରୀକ୍ଷାମୂଳକ ଭାବେ ପାଟନାର ସହରାଞ୍ଚଳରେ ଏହା ଆରମ୍ଭ କରାଯାଇଥିବାବେଳେ ଯଦି ସଫଳ ହୁଏ ତେବେ ସମଗ୍ର ବିହାରରେ ଏହାକୁ କାର୍ଯ୍ୟକାରୀ କରାଯିବ |

ସୂଚନା ମୁତାବକ ବିଦ୍ୟୁତ ବିତରଣ କମ୍ପାନୀ ଏକ ମୋବାଇଲ ଆପ ପ୍ରସ୍ତୁତ କରିଛି | ଏହି ମୋବାଇଲ୍ ଆପରେ ଗ୍ରାହକଙ୍କୁ ନୂତନ ସଂଯୋଗ ସେବା ଯୋଗାଇ ଦିଆଯାଉଛି। ଆଉ ମୋବାଇଲ୍ ଆପ୍ ବର୍ତ୍ତମାନ ସମ୍ପ୍ରସାରିତ ହୋଇଛି | ବର୍ତ୍ତମାନ ଗ୍ରାହକମାନେ ଆପରୁ ବିଦ୍ୟୁତ୍ ବିଲ୍ ମଧ୍ୟ ପାଇପାରିବେ |

ତେବେ, ଏହି ଆପ୍ ମାଧ୍ୟମରେ କେବଳ ସେହି ଗ୍ରାହକମାନଙ୍କୁ ବିଦ୍ୟୁତ ବିଲ ମିଳିବ, ଯେଉଁମାନେ ଗତ ୪୫ ଦିନ ଧରି ବିଲ୍ ପାଇନଥିବେ | ସୂଚନା ମୁତାବକ ବିଦ୍ୟୁତ ବିତରଣ କମ୍ପାନୀ ୨୩ ରୁ ୩୦ ଦିନ ମଧ୍ୟରେ ମିଟର ରିଡିଂ କରିଥାନ୍ତି | କିନ୍ତୁ ଗ୍ରାହକମାନେ ଅଭିଯୋଗ କରିଛନ୍ତି ଯେ ମିଟର ରିଡିଂରେ ବିଳମ୍ବ ହେଉଛି। ଏକାସାଙ୍ଗରେ ଅନେକ ମାସର ବିଲ୍ ପଠାଯାଉଥିବାରୁ ଟଙ୍କା ଜମା କରିବା କଷ୍ଟକର ହୋଇପଡୁଛି | ଏହାକୁ ନଜରରେ ରଖି ଏହି ଆପକୁ ବିକଶିତ କରାଯାଇଛି, ଯାହାଦ୍ୱାରା ଉପଭୋକ୍ତାଟିଏ ସହଜରେ ବିଦ୍ୟୁତ ବିଲ ପାଇପାରିବ |

ସମ୍ବନ୍ଧିତ ଖବର