କରୋନା ଭାଇରସ୍‌ ଯିବାକୁ ୪-୫ ବର୍ଷ ସମୟ ନେଇପାରେ: ଡବ୍ଲୁଏଚ୍‌ଓ ବିଶେଷଜ୍ଞ

ନୂଆଦିଲ୍ଲୀ: କରୋନା ଭାଇରସ୍‌କୁ ନେଇ ପୂର୍ବରୁ ଅନେକ ଖବର ପ୍ରକାଶ ପାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ) ଏକ ନୈରାଶ୍ୟଜନକ କଥା ପ୍ରକାଶ କରିଛି। ଡବ୍ଲୁଏଚ୍‌ଓର ଗବେଷକ ସୌମ୍ୟା ସ୍ବାମୀନାଥନ୍‌ଙ୍କ କହିବାନୁଯାୟୀ, ‘କରୋନା ଭାଇରସ୍‌ ସଂକ୍ରମଣ ଶେଷ ହେବାକୁ ପ୍ରାୟ ୪ରୁ ୫ ବର୍ଷ ଲାଗିପାରେ। ବିଶ୍ବର ଶୀର୍ଷସ୍ତରୀୟ ‌ଗବେଷକମାନେ ଏହି ଭାଇରସ୍‌କୁ ନେଇ ଗବେଷଣା କରି ଆସୁଛନ୍ତି। ହେଲେ ଏହି ଭାଇରସ୍‌କୁ ଆୟତ୍ତ କରିବା ପରି କୌଣସି ନିର୍ଦ୍ଦିଷ୍ଟ ଉପାୟ ଏଯାବତ୍‌ ନଜର ଆସିନାହିଁ। ଗବେଷକମାନେ ତିଆରି କରୁଥିବା ପ୍ରତିଷେଧକକୁ ନେଇ ଏବେ ବି ଅନେକ ଦ୍ବନ୍ଦ୍ବ ରହିଛି।


ISGlobal

ସେ ଭାଇରସ୍‌ ବୃଦ୍ଧି ପାଇବାର କାରଣ ବିଭିନ୍ନ ଦେଶକୁ କହିଛନ୍ତି। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ନିଜର ସ୍ବାସ୍ଥ୍ୟ ବ୍ୟବସ୍ଥା ଓ ଅର୍ଥ ବ୍ୟବସ୍ଥାକୁ ଆୟତ୍ତରେ ରଖିନପାରିବା ହିଁ ଭାଇରସ୍‌ ବୃଦ୍ଧି ପାଇବାର କାରଣ ବୋଲି କହନ୍ତି ସ୍ବାମୀନାଥନ୍‌।

ଏହା ପୂର୍ବରୁ ଡବ୍ଲୁଏଚ୍‌ଓର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡକ୍ଟର ମାଇକ୍‌ ରେୟାନ୍‌ କହିଥିଲେ କି ‘କରୋନା ଭାଇରସ୍‌ ହୁଏତ ଆଉ ପୃଥିବୀରୁ ଯିବ ନାହିଁ। ଆମକୁ ଏହି ପରିସ୍ଥିତିର ସାମ୍ନା କରିବାକୁ ହେଲେ ଗଣ ପରୀକ୍ଷଣ ସହ ସଚେତନତା ଅବଲମ୍ବନ କରିବାକୁ ହେବ।’

ସମ୍ବନ୍ଧିତ ଖବର