ମାଲେ: ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ ଶନିବାର ଦିନ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଭାରତ ସର୍ବଦା ଆମର'ଘନିଷ୍ଠ' ସହଯୋଗୀ ଏବଂ 'ମୂଲ୍ୟବାନ ସହଯୋଗୀ' ହୋଇ ରହିଆସିଛି। ଯେତେବେଳେ ଦରକାର ସେତେବେଳେ ନୂଆଦିଲ୍ଲୀ ଆମ ଦେଶ ମାଳଦ୍ବୀପକୁ ସମସ୍ତ ସହାୟତା ଯୋଗାଇ ଦେଇଥାଏ।

Advertisment

ମାଳଦ୍ୱୀପର ୨୮ଟି ଦ୍ୱୀପପୁଞ୍ଜରେ ଜଳ ଯୋଗାଣ ଏବଂ ସ୍ୱେରେଜ୍ ସୁବିଧା ଆରମ୍ଭ କରିବା ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ଭାରତ ସରକାର ଏକ୍ଜିମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଜରିଆରେ ଲାଇନ୍ ଅଫ୍ କ୍ରେଡିଟ୍ ସୁବିଧା ଅଧୀନରେ ଏହି ପ୍ରକଳ୍ପଗୁଡ଼ିକୁ ଅର୍ଥ ପ୍ରଦାନ କରିଛନ୍ତି।

ଏହାପୂର୍ବରୁ ‌ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ମୁଇଜ୍ଜୁଙ୍କୁ ଭେଟି ଉଭୟ ଦେଶ ତଥା ଅଞ୍ଚଳର ଲୋକଙ୍କ ହିତ ପାଇଁ ଭାରତ-ମାଳଦ୍ୱୀପ ସମ୍ପର୍କକୁ ମଜବୁତ କରିବାକୁ ନୂଆଦିଲ୍ଲୀର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

ମୁଇଜ୍ଜୁ କହିଛନ୍ତି ଏହି ପ୍ରକଳ୍ପଗୁଡିକ ଆର୍ଥିକ ଲାଭ ଆଣିବ, ସ୍ଥାନୀୟ ଅର୍ଥନୀତିକୁ ମଜବୁତ କରିବ ଏବଂ ଦେଶର ସାମଗ୍ରିକ ସମୃଦ୍ଧତା ପାଇଁ ସହାୟକ ହେବ। ସେ କହିଛନ୍ତି ମାଳଦ୍ୱୀପର ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କରେ ଏହି ପ୍ରକଳ୍ପଗୁଡିକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ଏହି ସମାରୋହରେ ରାଷ୍ଟ୍ରପତି ମୁଇଜ୍ଜୁ ମାଳଦ୍ୱୀପ ଏବଂ ଭାରତ ମଧ୍ୟରେ ଐତିହାସିକ ତଥା ଘନିଷ୍ଠ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କ ପ୍ରଶାସନର ପ୍ରତିବଦ୍ଧତାକୁ ପୁଣି ଥରେ ଦୋହରାଇଛନ୍ତି।
ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଜୟଶଙ୍କର ମାଳଦ୍ୱୀପରେ ତିନି ଦିନିଆ ସରକାରୀ ଗସ୍ତରେ ଅଛନ୍ତି। ଗତ ବର୍ଷ ଚାଇନା ସମର୍ଥକ ମୁଇଜ୍ଜୁ କାର୍ଯ୍ୟଭାର ଗ୍ରହଣ କରିବା ପରେ ଏହା ଭାରତରୁ ମାଳଦ୍ୱୀପକୁ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତ ସରକାର ଏବଂ ଭାରତର 'ବନ୍ଧୁତ୍ୱପୂର୍ଣ୍ଣ ଲୋକ ମାଳଦ୍ୱୀପକୁ 'ଉଦାର ଏବଂ ନିରନ୍ତର ସହାୟତା' ପ୍ରଦାନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

ବୈଠକର ଫଟୋ ସେୟାର କରି ଜୟଶଙ୍କର 'ଏକ୍ସ'ରେ ଲେଖିଛନ୍ତି ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୁଇଜ୍ଜୁଙ୍କୁ ଭେଟି ଗର୍ବିତ ମୁଁ ଅନୁଭବ କରୁଛି।

ସୂଚନାଯୋଗ୍ୟ, ଜୁନ୍ ମାସରେ ମୁଇଜ୍ଜୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବା ପାଇଁ ଭାରତ ଆସିଥିଲେ।
ଭାରତ ମହାସାଗରରେ ମାଳଦ୍ୱୀପ ହେଉଛି ଅନ୍ୟତମ ପ୍ରମୁଖ ପଡ଼ୋଶୀ ଏବଂ ପୂର୍ବ ସରକାର ସମୟରେ ଦୁଇ ଦେଶ ମଧ୍ୟରେ ସୁଦୃଢ଼ ପ୍ରତିରକ୍ଷା ଏବଂ ସୁରକ୍ଷା ସମ୍ପର୍କ ସ୍ଥାପନ କରାଯାଇଥିଲା।

ସୂଚନାଯୋଗ୍ୟ, ମାଳଦ୍ବୀପରେ ନିର୍ବାଚନ ସମୟରେ ମୁଇଜ୍ଜୁ ଭୁଲିଗଲେ ବୟକଟ୍ ଇଣ୍ଡିଆ ସ୍ଲୋଗାନ୍ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରୁ ମୁଇଜ୍ଜୁଙ୍କ ସରକାରଙ୍କୁ ଭାରତ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଇଥିଲା।