ଲଗାତାର ବର୍ଷାରେ ଉଛୁଳିଲା ହ୍ରଦର ପାଣି

ମୁମ୍ବାଇ: କରୋନା ସଂକ୍ରମଣରେ ମୁମ୍ବାଇରେ ସ୍ଥିତି ଗମ୍ଭୀର ଥିବାବେଳେ ଏବେ ଲଗାତାର ବର୍ଷା ମୁମ୍ବାଇବାସୀଙ୍କ ଚିନ୍ତାକୁ ବଢ଼ାଇଦେଇଛି | ଗତ ୩ ଦିନ ଧରି ମୁମ୍ବାଇରେ ଲଗାତାର ବର୍ଷା ଯୋଗୁଁ ପୋୱାଇ ଅଞ୍ଚଳରେ ଥିବା ପୋୱାଇ ହ୍ରଦ ସମ୍ପୂର୍ଣ୍ଣ ଭରି ଯାଇଛି ଏବଂ ରବିବାର ସକାଳେ ଡ୍ୟାମରୁ ପାଣି ଉଛୁଳିବାରେ ଲାଗିଥିଲା |

ମୁମ୍ବାଇ ଉପକଣ୍ଠରେ ଥିବା ପୋୱାଇ ହ୍ରଦ ବିଏମସି ମୁଖ୍ୟାଳୟଠାରୁ ୨୭ କିଲୋମିଟର ଦୂରରେ ଥିବାବେଳେ ତିନି ଦିନ ଧରି ଲଗାତାର ବର୍ଷା ହେତୁ ଏହି ହ୍ରଦରେ ଜଳସ୍ତର ବିପଦ ସଂକେତ ଟପିଛି | ଏହି ହ୍ରଦର କ୍ଷମତା ୫୪୫ କୋଟି ଲିଟର ଥିବାବେଳେ ଏହି କୃତ୍ରିମ ହ୍ରଦ ୧୮୯୦ ମସିହାରେ ୧୨.୫୯ ଲକ୍ଷ ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା |

ହ୍ରଦର ଜଳ ପାନୀୟ ଉପଯୋଗୀ ନଥିବାରୁ ଏହା ଶିଳ୍ପ କ୍ଷେତ୍ର ପାଇଁ ବ୍ୟବହୃତ ହୁଏ | ତେବେ ଚିନ୍ତାର ବିଷୟ ଯେ ହ୍ରଦ ଜଳରେ ବୃଦ୍ଧି ଯୋଗୁଁ ମିଥୀ ନଦୀର ଜଳସ୍ତର ବଢିବାର ଆଶଙ୍କା ଦେଖାଦେଇଛି | ଯାହାଫଳରେ ମିଥୀ ନଦୀ କୂଳରେ ରହୁଥିବା ଲୋକ ଜଳାର୍ଣ୍ଣବ ହେବାର ଆଶଙ୍କା ଦେଖାଦେଇଛି |

ସମ୍ବନ୍ଧିତ ଖବର