ପିତାଙ୍କ ଶବକୁ ମାସେ ହେଲା ଘରେ ରଖିଛନ୍ତି ଆଇପିଏସ୍‌ ଅଫିସର

ତନ୍ତ୍ରବିଦ୍ୟା ଓ ଆୟୁର୍ବେଦ ଚିକିତ୍ସା ବଳରେ ଭଲ କରିବାକୁ ଉଦ୍ୟମ ଜାରି

ଭୋପାଳ : ଭୋପା‌ଳର ଜଣେ ଆଇପିଏସ୍‌ ଅଫିସର ଅନ୍ଧବିଶ୍ବାସର ଶିକାର ହୋଇ ବାପା ମରିବାର ମାସେ ପରେ ବି ମୃତଦେହକୁ ଘରେ ରଖି ଆୟୁର୍ବେଦ ଚିକିତ୍ସା ଚଳାଇବା ଘଟଣା ବିସ୍ମୟ ସୃଷ୍ଟି କରିଛି। ବାପାଙ୍କ ମର ଶରୀର ପଚି ଯାଇଥିଲେ ମଧ୍ୟ ଆଇପିଏସ୍‌ ଅଫିସରଙ୍କ ତାଙ୍କ ବାପା ପୁଣି ବଞ୍ଚି ଉଠିବେ ଧୀରେଧୀରେ ଭଲ ହେବେ ବୋଲି ଯୁକ୍ତି କରୁଛନ୍ତି। ଏଥିପାଇଁ ସେ ତନ୍ତ୍ରବିଦ୍ୟାର ବି ସହଯୋଗ ନେଇଛନ୍ତି ଏବଂ କିଛି ତାନ୍ତ୍ରିକଙ୍କୁ ଘରେ ରଖିଛନ୍ତି। ତେବେ ଆଇପିଏସ୍‌ ଅଫିସରଙ୍କ ବଙ୍ଗଳାରେ କାର୍ଯ୍ୟରତ ଥିବା ଦୁଇଜଣ ସୁରକ୍ଷାକର୍ମୀ ଶବରୁ ବାହାରୁଥିବା ଦୁର୍ଗନ୍ଧରେ ଅସୁସ୍ଥ ହୋଇପଡ଼ିବାପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ଉକ୍ତ ଆଇପିଏସ୍‌ ଅଫିସରଙ୍କ ନାମ ରାଜେନ୍ଦ୍ର କୁମାର ମିଶ୍ର। ତାଙ୍କ ବାପାଙ୍କର ଗତ ଜାନୁ୍ଆରି ୧୪ରେ ମୃତ୍ୟୁ ହୋଇଥିଲା। ହସ୍ପିଟାଲ୍‌ ପକ୍ଷରୁ ଡେଥ୍‌ ସାର୍ଟିଫିକେଟ୍‌ ମଧ୍ୟ ଦିଆ‌ସରିଛି। କିନ୍ତୁ ରା‌ଜେନ୍ଦ୍ର କହିଛନ୍ତ ଯେ ତାଙ୍କ ବାପା ବଞ୍ଚିଛନ୍ତି ଏବଂ ‌ସେ ଆର୍ୟୁବେଦ ଚିକିତ୍ସାକୁ ଗ୍ରହଣ କରୁଛନ୍ତି। ରାଜେନ୍ଦ୍ରଙ୍କ କହିବା ଅନୁଯାୟୀ ତାଙ୍କ ୮୪ ବର୍ଷୀୟ ବାପାଙ୍କୁ ଗତ ମାସ ୧୩ ତାରିଖରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ନହେବାରୁ ତାଙ୍କୁ ଡିସ୍‌ଚାର୍ଜ କରାଯାଇଥିଲା ଏବଂ ତା’ ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ରାଜେନ୍ଦ୍ର ତାଙ୍କ ବାପାଙ୍କୁ ଭଲ କରିବାପାଇଁ କିଛି ତାନ୍ତ୍ରିକଙ୍କ ସହଯୋଗ ନେଇଥିଲେ। କିଛି ଘରୋଇ ସହାୟିକାଙ୍କୁ ମଧ୍ୟ ସେ ତାଙ୍କ ଘରେ ରଖିଥିଲେ। ପୁଲିସ ଏହି ଏହି ଆଇପିଏସ୍‌ ଅଧିକାରୀଙ୍କ ଘରେ ଯାଞ୍ଚ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର