ଇନ୍ଦୋର: ମଧ୍ୟ ପ୍ରଦେଶର ଦେଓ୍ଵାସ୍ ଜିଲ୍ଲାରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ୪ ଦିନ ଧରି ଦୁଷ୍କର୍ମ କରାଯିବା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତ ୪ ଜଣଙ୍କୁ ଇତିମଧ୍ୟରେ ଗିରଫ କରାଯାଇଛି। ନାବାଳିକା ଜଣକ ଜୁଲାଇ ୧୬ ତାରିଖରେ ବିଦ୍ୟାଳୟକୁ ଆସିଥିଲେ। ଫେରିବା ବେଳେ ତାଙ୍କୁ ଜଣେ ବସ୍ କଣ୍ଡକ୍ଟର ଅପହରଣ କରି ରାତିତମାମ ଦୁଷ୍କର୍ମ କରିଥିଲା। ଏହା ପରଦିନ ଆଉ ୩ ଜଣ ତାଙ୍କୁ ୩ ଦିନ ଅଟକ ରଖି ଦୁଷ୍କର୍ମ କରିଥିଲେ।
ନାବାଳିକାଙ୍କୁ ୪ ଦିନ ଗଣଦୁଷ୍କର୍ମ
/sambad/media/post_attachments/wp-content/uploads/2018/07/rape151.jpg)