ମୋ ମୃତ୍ୟୁ ପାଇଁ ଏହି ମନ୍ତ୍ରୀ ଦାୟୀ କହି ଆତ୍ମହତ୍ୟା କଲେ ଠିକାଦାର

ବାଙ୍ଗାଲୋର: କର୍ଣ୍ଣାଟକରେ ଜଣେ କଣ୍ଟ୍ରାକ୍ଟର ବା ଠିକାଦାରଙ୍କ ମୃତ୍ୟୁ ସେଠାରେ ରାଜନୀତି ଝଡ ସୃଷ୍ଟି କରିଛି। ଆତ୍ମହତ୍ୟା କରିଥିବା ଠିକାଦାର ଜଣକ ତାଙ୍କ ମୃତ୍ୟୁ ପାଇଁ କର୍ଣ୍ଣାଟକ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା ଦାୟୀ ବୋଲି ସୁଇସାଈଡ଼ ନୋଟରେ ଲେଖିଥିଲେ | ଆଉ ଏହି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ମନ୍ତ୍ରୀଙ୍କ ଇସ୍ତଫା ସହ ଗିରଫ କରିବାକୁ ଦାବି କରିଛି | ମିଳିଥିବା ସୂଚନା ମୁତାବକ ଆଜି ସକାଳେ କର୍ଣ୍ଣାଟକର ଉଡୁ଼ପିର ଏକ ଲଜରୁ ସନ୍ତୋଷ ପାଟିଲ ନାମକ ଜଣେ କଣ୍ଟ୍ରାକ୍ଟରଙ୍କ ମୃତଦେହ ମିଳିଥିଲା |

ପୁଲିସ ହୋଟେଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିବାବେଳେ ଏକ ସୁଇସାଈଡ଼ ନୋଟ ମଧ୍ୟ ଜବତ କରିଥିଲା | ଏଥିରେ ଲେଖା ହୋଇଥିଲା ଯେ, ‘ମୁଁ ଆତ୍ମହତ୍ୟା କରୁଛି ଏବଂ ତାଙ୍କ ମୃତ୍ୟୁ ପାଇଁ ଈଶ୍ୱରପ୍ପା ଦାୟୀ | ଏକ କାମ ପାଇଁ ମନ୍ତ୍ରୀ ତାଙ୍କୁ ୪୦ ପ୍ରତିଶତ କମିଶନ ଦେବାକୁ ବାଧ୍ୟ କରୁଥିଲେ ବୋଲି ସେ ଲେଖିଛନ୍ତି | କେବଳ ଏତିକି ନୁହେଁ ସେ ଲେଖିଛନ୍ତି ଯେ ମୁଁ ମୋର ପତ୍ନୀ ଏବଂ ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ଆମର ପ୍ରିୟ ଲିଙ୍ଗାୟତ ନେତାଙ୍କୁ ହାତ ଯୋଡି ଅନୁରୋଧ କରୁଛି’।

ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ପ୍ରାଥମିକ ଅନୁସନ୍ଧାନରୁ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ଜଣାପଡୁଛି | ତେବେ ଏହି ଘଟଣାକୁ ନେଇ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ କେଏସ ଈଶ୍ୱରପ୍ପା କହିଛନ୍ତି ଯେ ଆତ୍ମହତ୍ୟା ବିଷୟରେ ତାଙ୍କ ପାଖେ କୌଣସି ସୂଚନା ନାହିଁ। ସୁଇସାଈଡ଼ ନୋଟରେ ତାଙ୍କ ନାମ କାହିଁକି ଲେଖାଯାଇଛି ସେ ଜାଣନ୍ତି ନାହିଁ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର