ମହିଳା ଯନ୍ତ୍ରୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କଲେ ଠିକାଦାର

ଲଖନଉ: ମହିଳା ଯନ୍ତ୍ରୀଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଛନ୍ତି ଠିକାଦାର | ତେବେ ମହିଳା ଜଣକ ଏନେଇ ପାଟି କରିବା ପରେ ଠିକାଦାର ଜଣକ ଫେରାର ହୋଇଯାଇଥିଲେ | ଯନ୍ତ୍ରୀ ପୁଲିସ ନିକଟରେ ଅଭିଯୋଗ କରିବା ପରେ ଏବେ ଠିକାଦାରଙ୍କୁ ଗିରଫ କରାଯାଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ମିର୍ଜାପୁରସ୍ଥିତ ଜଳ ନିଗମର ଜଣେ ମହିଳା ଜେଇ(କନିଷ୍ଠ ଯନ୍ତ୍ରୀ)ଙ୍କୁ ଜଣେ ଠିକାଦାର ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି |ଆଉ ଏନେଇ ଅଭିଯୋଗ ହେବା ପରେ ପୁଲିସ ଉକ୍ତ ଠିକାଦାରଙ୍କୁ ଗିରଫ କରିଛି |

ମହିଳା କନିଷ୍ଠ ଯନ୍ତ୍ରୀଙ୍କ କହିବା ମୁତାବକ ସେ କାଟ୍ରା କୋଟୱାଲୀ ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି। ମଙ୍ଗଳବାର ରାତିରେ ମହିଳା ଜେଇଙ୍କ ସ୍ୱାମୀ କିଛି କାମ ପାଇଁ ବାହାରକୁ ଯାଇଥିଲେ। ଆଉ କଣ୍ଟ୍ରାକ୍ଟର ଜଣକ ରାତି ପ୍ରାୟ ଏଗାରଟା ବେଳେ ମହିଳା ଜେଇଙ୍କ ଘରେ ପହଞ୍ଚିଥିଲା । କବାଟ ଖୋଲିବା ପରେ ସେ ଜବରଦସ୍ତ ଘର ଭିତରକୁ ପ୍ରବେଶ କରି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା |

ଆଉ ଏହା ପରେ ମହିଳା ଯନ୍ତ୍ରୀ ଜଣକ ବଡ ପାଟିରେ ଚିତ୍କାର କରିଥିଲେ | ଏହା ଶୁଣି କଣ୍ଟ୍ରାକ୍ଟର ଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପୀଡିତା ଜେଇ ଏନେଇ କଣ୍ଟ୍ରାକ୍ଟରଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଆଉ ପୁଲିସ ସିଭିଲ ଲାଇନ ଗୋସାଇ ତାଲାବର ବାସିନ୍ଦା କଣ୍ଟ୍ରାକ୍ଟର ସୁହେଲ ଖାନଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରି ତାଙ୍କ ଘରୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା।

ସମ୍ବନ୍ଧିତ ଖବର