‘ଠିକାଦାର ରାଜନୈତିକ ଦଳ ଚଳାଇ ପାରିବେ ନାହିଁ’, ପ୍ରଶାନ୍ତ କିଶୋରଙ୍କୁ କଟାକ୍ଷ କଲେ ଟିଏମସି ସାଂସଦ

ନୂଆଦିଲ୍ଲୀ: ‘ରାଜନୈତିକ ଦଳଗୁଡିକୁ ରାଜନୈତିକ ଦଳ ପରି ହିଁ ଚଳାଇବା ଉଚିତ, କୌଣସି ଠିକାଦାରଙ୍କ ଦ୍ଵାରା ପରିଚାଳାତ କରିବା ଠିକ୍ ନୁହଁ। ମୁଁ ଏହି ଅଞ୍ଚଳରେ ସାଂସଦ ରହିଛି କିନ୍ତୁ ନଗର ନିଗମରର ପ୍ରଶାସକଙ୍କ ବୋର୍ଡ ନିଯୁକ୍ତି ବେଳେ ମୋତେ କେବେ ବି ପଚରାଯାଇ ନାହିଁ। କିନ୍ତୁ, ପ୍ରଶାନ୍ତ କିଶୋରଙ୍କ କମ୍ପାନି ଇଣ୍ଡିଆନ୍ ପଲିଟିକାଲ୍ ଏକ୍ସନ୍ କମିଟି (ଆଇ-ପିଏସି) ଅନେକ ଲୋକଙ୍କୁ ପ୍ରଶାସକମାନଙ୍କ ବୋର୍ଡରେ ନିଯୁକ୍ତି ଦେଇଛି। ଏବେ ମୋତେ ଲୋକମାନଙ୍କୁ ବୁଝାଇବାରେ କଠିନ ହେଉଛି।’ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି କରୁଥିବା ପ୍ରଶାନ୍ତ କିଶୋରଙ୍କ କମ୍ପାନି ଇଣ୍ଡିଆନ୍ ପଲିଟିକାଲ୍ ଏକ୍ସନ୍ କମିଟି (ଆଇ-ପିଏସି) ଉପରେ ଏଭଳି ଟିପ୍ପଣୀ ଦେଇ ତୃଣମୂଳ କଂଗ୍ରେସ (ଟିଏମସି)ର ସାଂସଦ କଲ୍ୟାଣ ବାନାର୍ଜୀ ନୂଆ ବିବାଦ ସୃଷ୍ଟି କରିଛନ୍ତି। ଉଲ୍ଲେଖଯୋଗ୍ୟ, ପ୍ରଶାନ୍ତ କିଶୋର ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।

ସେହିପରି, ତୃଣମୂଳ କଂଗ୍ରେସର ଗୋଆ ଅଧ୍ୟକ୍ଷ କିରଣ କଣ୍ଡଲକର୍ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଶାନ୍ତ କିଶୋରଙ୍କ ରାଜନୈତିକ ପରାମର୍ଶଦାତା କମ୍ପାନି ଆଇ-ପିଏସି ଗତ ସପ୍ତାହରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାପରେ ନିଜକୁ ଅଲଗା କରି ନେଇଥିଲା। ମୁଁ ଗୋଆ ଅଞ୍ଚଳର ପାର୍ଟି ଅଧ୍ୟକ୍ଷ ପଦ ଛାଡୁନାହିଁ ବରଂ ଆଇ-ପିଏସି ମୁଖ୍ୟ ପ୍ରଶାନ୍ତ କିଶୋର ଓ ତାଙ୍କ ଟିମ୍ ଉପରେ ନିରାଶ ଅଛି। କିଛି ଦିନ ହେଲା ତୃଣମୂଳ କଂଗ୍ରେସ ଓ ଆଇ-ପିଏସି ମଧ୍ୟରେ ମତଭେଦ ହୋଇଥିବାର ଜଣାପଡିଛି । ତୃଣମୂଳ ଦ୍ଵାରା ଛିଡା କରାଯାଇଥିବା ସମସ୍ତ ପ୍ରାର୍ଥୀଙ୍କ ସହ ଆଇ-ପିଏସିର କିଛି ନା କିଛି ମତଭେଦ ରହିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର