ବିବାଦରେ ରାହୁଲ ଗାନ୍ଧୀଙ୍କ କୈଳାସ ଯାତ୍ରା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କୈଳାସ ମାନସରୋବର ଯାତ୍ରାକୁ ନେଇ ଏବେ ରାଜନୈତିକ ବିବାଦ ତୀବ୍ର ହେବାରେ ଲାଗିଛି। ରାହୁଲ ଗାନ୍ଧୀ ଚୀନ୍‌ ରାସ୍ତା ଦେଇ କୈଳାସ ମାନସରୋବର ଯାଉଥିବାରୁ ଏହାକୁ ବିଜେପି ସମାଲୋଚନା କରିଛି। ପୂର୍ବରୁ ଡୋକଲାମ ବିବାଦ ବେଳେ ଚୀନ୍‌ ଦୂତାବାସ ଅଧିକାରୀଙ୍କୁ ରାହୁଲ ଗୋପନରେ ଭେଟିଥିବା ପ୍ରସଙ୍ଗ ଉଲ୍ଲେଖ କରି ବିଜେପି ଆଜି ରାହୁଲଙ୍କୁ ‘ଚାଇନିଜ୍‌ ଗାନ୍ଧୀ’ ବୋଲି କହିଛି। ତେବେ କଂଗ୍ରେସ ଦଳ ରାହୁଲ ଗାନ୍ଧୀଙ୍କୁ ଶିବଭକ୍ତ ବୋଲି ଦର୍ଶାଇବା ସହ ମହାଦେବଙ୍କ ଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମତି ଆବଶ୍ୟକ ନାହିଁ ବୋଲି କହିଛି। ରାହୁଲ ଆଜିଠାରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ କରିଥିବା ବେଳେ ସେ ଭାରତର ରାସ୍ତାରେ ମାନସରୋବର ପହଞ୍ଚିବା ଅପେକ୍ଷା ଚୀନ୍‌ ରାସ୍ତା ଦେଇ ଯିବାକୁ ନିଷ୍ପତ୍ତି ନେଇଥିବାରୁ ଏହାକୁ ବିଭିନ୍ନ ମହଲ ସମାଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର