ହାଇଦ୍ରାବାଦ୍: ମାଲୟଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭାଲେଣ୍ଟାଇନ୍ ସଂଗୀତ ଭିଡିଓ ଇଣ୍ଟରନେଟ୍ରେ ଚହଳ ସୃଷ୍ଟି କରିବା ପରେ ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏହି ସଂଗୀତରେ ପ୍ରିୟାଙ୍କ ଅଭିବ୍ୟକ୍ତି ଏବଂ ନିର୍ଦ୍ଦେଶକଙ୍କ ଆଭିମୁଖ୍ୟ ଇସ୍ଲାମ ବିରୋଧୀ ବୋଲି ଦର୍ଶାଇ ହାଇଦ୍ରାବାଦରେ ଏତଲା ଦାଏର ହୋଇଛି। ସୋସିଆଲ୍ ମିଡିଆରେ ଏହି ସଂଗୀତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେବାପରେ ଏବେ ପ୍ରିୟାଙ୍କ ଲୋକପ୍ରିୟତାରେ ଆଶାତୀତ ବୃଦ୍ଧି ଘଟିଛି। ଭାଲେଣ୍ଟାଇନ୍ ସପ୍ତାହରେ ରିଲିଜ୍ ହୋଇଥିବା ଏକ ମାଲୟଲମ୍ ସଂଗୀତରେ ଅଭିନେତ୍ରୀ ପ୍ରିୟାଙ୍କ ଅଭିବ୍ୟକ୍ତି ଦର୍ଶକଙ୍କ ମନକୁ ଛୁଇଁଥିବାବେଳେ ଏହାକୁ ଏବେ ଇସ୍୍ଲାମ ବିରୋଧୀ ବୋଲି ଦର୍ଶାଇ ଅନେକ ସଂଗଠନ ସାମ୍ନାକୁ ଆସିଛନ୍ତି। ମାଲୟଲମ୍ ଫିଲ୍ମ ‘ଓଡ଼ୁ ଆଡାର ଲଭ୍’ର ସଂଗୀତ ‘ମାଣିକ୍ୟ ମଲରାୟ ପୁଭି’ ସଂଗୀତଟିରେ ପ୍ରିୟାଙ୍କ ଏଭଳି ଅଭିବ୍ୟକ୍ତି ମୁସଲିମ୍ମାନଙ୍କ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ କରି ହାଇଦ୍ରାବାଦ୍ରେ କିଛି ମୁସଲିମ୍ ଗୋଷ୍ଠୀ ଆଜି ଫାଲକ୍ନୁମା ପୁଲିସରେ ଏତଲା ଦାଏର କରିଛନ୍ତି। ସଂଗୀତରେ ବ୍ୟବହାର ହୋଇଥିବା ଶବ୍ଦ ପ୍ରଫେଟ୍ ମହମ୍ମଦଙ୍କ ଜୀବନ ସହ ସଂପର୍କ ଥିବାରୁ ସଂଗୀତରେ ଏଭଳି ରୋମାଣ୍ଟିକ୍ ଅଭିବ୍ୟକ୍ତି ଆପତ୍ତିଜନକ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଫିଲ୍ମ ନିର୍ଦ୍ଦେଶକ ଓମାର ଲୁଲୁ କହିଛନ୍ତି ଯେ ସଂଗୀତଟି କାହାର ଭାବନାକୁ ଆଘାତ ଦେବାଭଳି ପ୍ରସ୍ତୁତ ହୋଇନି। ଏଥିରେ ମୁସଲିମ୍ ସଂପ୍ରଦାୟର ଭାବାବେଗକୁ ଆଘାତ କଲାଭଳି କିଛି ବି ନାହିଁ ବୋଲି ସେ କହିଛନ୍ତି।
ବିବାଦରେ ପ୍ରିୟା ପ୍ରକାଶଙ୍କ ଭାଲେଣ୍ଟାଇନ୍ ଭିଡିଓ
ନିର୍ଦ୍ଦେଶଙ୍କ ସଫେଇ: ଇସ୍ଲାମ ବିରୋଧୀ ନୁହେଁ
/sambad/media/post_attachments/wp-content/uploads/2018/02/2018_2largeimg14_Wednesday_2018_122044181.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)