ୱାସିଂଟନ: ସୋସିଆଲ ମିଡିଆର ସୁଦୃଢ଼ ପ୍ଲାଟଫର୍ମ ଟ୍ବିଟର୍‌ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ମଧ୍ୟରେ ଚାଲିଥିବା ଲଢ଼େଇ ଏବେ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଯାଇଛି। ଟ୍ରମ୍ପ୍‌ ପ୍ରଶାସନ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ନିୟନ୍ତ୍ରଣ ବଢ଼ାଇବା ପାଇଁ ଲାଗୁ ହେଉଥିବା ଏକ ଆଦେଶନାମାକୁ ଟ୍ରମ୍ପ୍‌ ମଂଜୁରି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁକ୍ତ ମତପ୍ରକାଶର ସୁରକ୍ଷା ଦିଗରେ ପଦକ୍ଷେପ ନେବାକୁ ଏଭଳି କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦୁଇଟି ଟ୍ବିଟ୍‌କୁ ଟ୍ବିଟର ବିଭ୍ରାନ୍ତିକର ଦର୍ଶାଇବା ପରେ ଟ୍ରମ୍ପ୍‌ ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ କେତେକ ଟ୍ବିଟ୍‌ର ତଥ୍ୟ ଯାଞ୍ଚ ପାଇଁ ଟ୍ବିଟର୍‌ ସଂସ୍ଥା କହିବା ପରେ କ୍ଷୁବ୍ଧ ଟ୍ରମ୍ପ୍‌ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Advertisment