ରାଞ୍ଚି: ଝାଡ଼ଖଣ୍ଡରେ ନିର୍ମାଣ ହେବାକୁ ଥିବା ନୂତନ ବିଧାନସଭା ଭବନରେ ନମାଜ ପଢ଼ିବା ପାଇଁ ମୁସଲମାନ ବିଧାୟକ/ବିଧାୟିକାଙ୍କ ପାଇଁ ଏକ ପୃଥକ କୋଠରୀର ବ୍ୟବସ୍ଥା କରାଯାଇଛି | ଏହି ପରିପ୍ରେକ୍ଷୀରେ ବିଧାନସଭା ସଚିବାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ସେପ୍ଟେମ୍ବର ୨ରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ନୂତନ ବିଧାନସଭା ଭବନରେ ନମାଜ ପଢ଼ିବା ପାଇଁ ରୁମ୍ ନମ୍ବର ଟିଡ଼ବଲ୍ଲ୍ୟୁ-୩୪୮କୁ ଆବଣ୍ଟନ କରାଯାଇଛି।
ଏହି ଆଦେଶ ସାର୍ବଜନୀନ ହେବା ମାତ୍ରେ ରାଜନୀତି ଆରମ୍ଭ ହୋଇଛି। ପୂର୍ବତନ ବାଚସ୍ପତି ତଥା ବିଜେପି ନେତା ସିପି ସିଂ କହିଛନ୍ତି ଯେ ମୁଁ ନମାଜ ପଢ଼ିବାକୁ ବ୍ୟବସ୍ଥା କରାଯାଇଥିବା କୋଠରିକୁ ବିରୋଧ କରୁ ନାହିଁ, କିନ୍ତୁ ଝାଡ଼ଖଣ୍ଡ ବିଧାନସଭା କମ୍ପ୍ଲେକ୍ସରେ ଏକ ମନ୍ଦିର ନିର୍ମାଣ କରିବା ଉଚିତ। ମୁଁ ସେଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା କରିବାକୁ ମଧ୍ୟ ଦାବି କରୁଛି। ଯଦି ବାଚସ୍ପତି ଅନୁମୋଦନ କରନ୍ତି, ତେବେ ଆମେ ନିଜ ଖର୍ଚ୍ଚରେ ମନ୍ଦିର ନିର୍ମାଣ କରିବୁ | ଅନ୍ୟପକ୍ଷରେ ବିଜେପି ବିଧାୟକ ଅନନ୍ତ ଓଝା ଟ୍ୱିଟ୍ କରି ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି |
ସେ ଟ୍ୱିଟ କରି ଲେଖିଛନ୍ତି ଯେ ଝାଡ଼ଖଣ୍ଡ ବିଧାନସଭାରେ ନମାଜ ପଢ଼ିବା ପାଇଁ ସ୍ୱତନ୍ତ୍ର କୋଠରୀ ବ୍ୟବସ୍ଥାକୁ ଝାଡ଼ଖଣ୍ଡବାସୀ ଦେଖୁଛନ୍ତି | ସର୍ବଧର୍ମର ମୂଳ ଆତ୍ମାକୁ ଏହା କଳଙ୍କିତ କରିବ | ଅନ୍ୟପକ୍ଷରେ, ଝାଡ଼ଖଣ୍ଡର ବିଜେପି ମୁଖପାତ୍ର ପ୍ରତୁଲ ଶାହା ଦେବ କହିଛନ୍ତି ଯେ ଝାଡ଼ଖଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭା ଭବନରେ ନମାଜ ଭବନ ନିର୍ମାଣ କରାଯାଉଛି,ଯାହାକି ସମସ୍ତ ସୀମା ଅତିକ୍ରମ କରୁଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/jharkhand-vidhansabha-1630752463.jpg)