ନୂଆଦିଲ୍ଲୀ: ଯୌତୁକର ଲାଭ କ'ଣ, କିଛି ଏଭଳି ଶୀର୍ଷକ ଥିବା ଏକ ବହିର କଭର ପେଜ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପୁସ୍ତକର କଭର ଏବଂ ବହିରେ ଲେଖାଯାଇଥିବା ତଥ୍ୟକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି | ତେବେ କେବଳ ବହିର ବିଷୟ ନୁହେଁ ବରଂ ଏହି ପୁସ୍ତକ ଭାରତୀୟ ନର୍ସିଂ କାଉନସିଲର ସିଲାବସରେ ଅନ୍ତର୍ଭୁକ୍ତ ହୋଇଛି ଜାଣି ସମସ୍ତେ ଚକିତ ହୋଇଯାଇଛନ୍ତି ।

Advertisment

ଏହି ପୁସ୍ତକର ଯେଉଁ ଉପ-ଶୀର୍ଷକକୁ ନେଇ ବିବାଦ ଦେଖାଦେଇଛି ତାହାର ନାମ ରଖାଯାଇଛି 'ଯୌତୁକ ନେବାର ଯୋଗ୍ୟତା' | ଏଥିରେ ଲେଖାଯାଇଛି ଯେ, 'ଆସବାବପତ୍ର, ଏବଂ ଯାନ ଭଳି ଉପକରଣ ସହିତ ଯୌତୁକ ଏକ ନୂତନ ଘର ସ୍ଥାପନ କରିବାରେ ସହାୟକ ହୋଇଥାଏ | ସେହିପରି ଯୌତୁକ ନେବାର ଲାଭ ହେଉଛି ଯେ ପିତାମାତାମାନେ ବର୍ତ୍ତମାନ ସେମାନଙ୍କ ଝିଅମାନଙ୍କୁ ଶିକ୍ଷିତ କରିବା ଆରମ୍ଭ କରିଛନ୍ତି ଯାହାଦ୍ୱାରା ସେମାନଙ୍କୁ କମ ଯୌତୁକ ଦେବାକୁ ପଡିବ |


ଏହି ବିଷୟର ଶେଷ ଧାଡିରେ କୁହାଯାଇଛି ଯେ ଯୌତୁକ ପ୍ରଥା ଅସୁନ୍ଦର ଦେଖାଯାଉଥିବା ଝିଅମାନଙ୍କୁ ବିବାହ କରିବାରେ ସାହାଯ୍ୟ କରିଥାଏ' | ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିବସେନା ନେତ୍ରୀ ତଥା ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରି ସିଲାବସରୁ ଏଭଳି ପୁସ୍ତକ ହଟାଇବାକୁ ଦାବି କରିଛନ୍ତି | ଆମ ସିଲାବସରେ ଏହିପରି ବିଷୟ ରହିବା ଏକ ଲଜ୍ଜାଜନକ ବିଷୟ ବୋଲି ସେ ଟ୍ୱିଟ କରିଛନ୍ତି |