ଏମିତି ଏକ ଦ୍ୱୀପ, ଯେଉଁଠି ଥରେ ପାଦ ଦେଲେ ଲିଭିଯାଏ ଜୀବନ ଦୀପ

ଦୁନିଆର ସବୁଠୁ ରହସ୍ୟମୟ ଟାପୁ । ମୃତ୍ୟୁର ଦ୍ୱୀପ । ଯିଏ ଏଠାକୁ ଯାଇଛି, ଆଉ ଜୀବନ ଧରି ଫେରିନି । ଯଦି ବି କିଏ ଫେରିବାକୁ ସକ୍ଷମ ହୋଇଛନ୍ତି ଖୁବ୍ ଅଳ୍ପଦିନ ଭିତରେ ପ୍ରାଣ ହରାଇଛନ୍ତି । ଇଏ ହେଉଛି ଏମିତି ଏକ ଆଇଲ୍ୟାଣ୍ଡ ଯେଉଁଠାକୁ ଯିବା ପାଇଁ ସ୍ଥାନୀୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି । ଏଇ ଆଇଲ୍ୟାଣ୍ଡରେ ପ୍ରତି ପାଦେ ପାଦେ ରହିଛି ବିପଦ । କୁହାଯାଉଛି କି ଏଠାରେ ଭୂତ ପ୍ରେତ ଭରି ରହିଛନ୍ତି । ସେମାନେ ଏଠାରେ କୌଣସି ମଣିଷକୁ ରହିବା ପାଇଁ ଦେଉନାହାଁନ୍ତି । ତେବେ ପ୍ରକୃତରେ ଏହା କେତେ ସତ, କଣ ରହିଛି ବାସ୍ତବତା, ଆସନ୍ତୁ ଜାଣିବା । ଇଟାଲୀରେ ରହିଛି ଏହି ରହସ୍ୟଜନକ ଟାପୁ, ଯାହା ଆଇଲ୍ୟାଣ୍ଡ ଅଫ୍ ଡେଡ୍ ଭାବେ ପରିଚିତ । ଆଜି ପର୍ଯ୍ୟନ୍ତ ଏଠାକୁ ଯାଇ କେହି ଜୀବନ ଧରି ଫେରିନାହାନ୍ତି, କାହାର ମୃତଦେହ ମଧ୍ୟ ଉଦ୍ଧାର ହୋଇନି । ଏହି ଆଇଲ୍ୟାଣ୍ଡକୁ ପ୍ରବେଶ ଉପରେ ଇଟାଲୀ ସରକାର ବ୍ୟାନ କରିଛନ୍ତି । ଏପରି କି ଏହାର ଆଖପାଖକୁ ଯିବା ପାଇଁ ମଧ୍ୟ ଅନୁମତି ନାହିଁ ।

ଲୁଚାଛପାରେ ଯିଏ ଏହାର ରହସ୍ୟ ଭେଦ କରିବାକୁ ଯାଇଛନ୍ତି, ସେମାନେ ଆଉ ଫେରିନାହାଁନ୍ତି । ଏହି ଆଇଲ୍ୟାଣ୍ଡକୁ ନେଇ ରହିଛି ରହସ୍ୟମୟ କାହାଣୀ । ଏହି କାହାଣୀ ଏତେ ଭୟଙ୍କର ଯେ, ତାହା ଶୁଣିବା ପରେ କେହି ସେଠାକୁ ଯିବାକୁ ସାହସ କରନ୍ତିନାହିଁ । ନିଜ ଜୀବନକୁ ବାଜି ଲଗାଇବାକୁ ଚେଷ୍ଟା ବି କରନ୍ତିନି । କୁହାଯାଉଛି କି ୧୬ ଶହ ମସିହାରେ ମହାମାରୀ ପ୍ଲେଗରେ ଆକ୍ରାନ୍ତ ରୋଗୀମାନଙ୍କୁ ଆଣି ଏହି ଦ୍ୱୀପରେ ଛାଡିଦିଆଯାଉଥିଲା । ପରବର୍ତୀ ସମୟରେ ଯେଉଁମାନଙ୍କୁ କଳାଜ୍ୱର ହେଉଥିଲା ସେମାନଙ୍କୁ ମଧ୍ୟ ଆଣି ଏଠାରେ ରଖାଯାଉଥିଲା । ବହୁ ବର୍ଷ ପର୍ଯ୍ୟନ୍ତ ଏଠାରେ ମୃତ ରୋଗୀମାନଙ୍କୁ କବର ଦିଆଯାଉଥିଲା । ପ୍ଲେଗ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଦ୍ୱୀପରେ ୧ ଲକ୍ଷ ୬୦ ହଜାର ପ୍ଲେଗ ରୋଗୀଙ୍କୁ ଜୀଅଁନ୍ତା ଜଳାଇ ଦିଆଯାଇଥିଲା ।

ଏହା ପରଠାରୁ ଏହି ଟାପୁ, ଭୂତଙ୍କ ବାସସ୍ଥାନ ଭାବେ ପରିଚିତ ହୋଇଥିଲ।। ୧୯୨୨ ମସିହାରେ ଏଠାରେ ମାନସିକ ରୋଗୀଙ୍କ ପାଇଁ ଏକ ହସ୍ପିଟାଲ ତିଆରି କରାଯାଇଥିଲା । ତେବେ ମାତ୍ର କିଛି ବର୍ଷ ମଧ୍ୟରେ ଏହାକୁ ବନ୍ଦ କରିବାକୁ ପଡିଥିଲା । ଏଠାରେ ନିଯୁକ୍ତି ପାଇଥିବା ଡାକ୍ତର, ନର୍ସ ଏବଂ କର୍ମଚାରୀମାନଙ୍କୁ ଅନେକ ଅସ୍ୱାଭାବିକ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା । ମାନସିକ ରୋଗୀମାନଙ୍କୁ ମଧ୍ୟ ପ୍ଲେଗରେ ପ୍ରାଣ ହରାଇଥିବା ରୋଗୀଙ୍କ ଭୂତ ଡରାଉଥିବାର ଅଭିଯୋଗ ହୋଇଥିଲା । ବାରମ୍ବାର ଭୂତ ଭୟ ଦେଖା ଦେବାରୁ ସରକାର ହସ୍ପିଟାଲକୁ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ ।


ମେଂଟାଲ ହସ୍ପିଟାଲ ବନ୍ଦ ହେବା ପରେ ଏହି ଆଇଲ୍ୟାଣ୍ଡ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା । ୧୯୬୦ ମସିହାରେ ଇଟାଲୀ ସରକାର ଏହାକୁ ବିକ୍ରି କରିଦେଇଥିଲେ । ଏହାକୁ କିଣିଥିବା ଶିଳ୍ପପତି ମାତ୍ର କିଛିଦିନ ପରିବାର ସହିତ ଏଠାରେ ରହିଥିଲେ । ସେ ଏହାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଚାଲିଯାଇଥିଲେ । ଦ୍ୱୀପକୁ କିଣିଥିବା ବ୍ୟକ୍ତି ଏଠାରେ ଏକ ହଲିଡେ ରିସର୍ଟ କରିଥିଲେ । ହେଲେ ମାତ୍ର ଦୁଇ ଦିନ ଭିତରେ ସେ ମଧ୍ୟ ଏହି ସ୍ଥାନ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ । ଏହି ଅଭିଶପ୍ତ ଦ୍ୱୀପରେ ମୃତରୋଗୀଙ୍କ ଆତ୍ମା ଘୁରି ବୁଲୁଥିବା କୁହାଯାଉଛି । ସେମାନେ ଏଠାରେ କାହାକୁ ରହିବାକୁ ଦେଉନାହାନ୍ତି । ଏହି ଦ୍ୱୀପର ୨୦ କିଲୋମିଟର ପରିଧି ଭିତରକୁ ମତ୍ସ୍ୟଜୀବୀ ମଧ୍ୟ ଯାଆନ୍ତି ନାହିାଁ ଯଦି କେହି ମାଛ ମାରିବାକୁ ଯାଆନ୍ତି ସେମାନଙ୍କ ଜାଲରେ ମଣିଷ ଖପୁରି ଏବଂ ହାଡ ପଡିଥାଏ ।

ସମ୍ବନ୍ଧିତ ଖବର