ଇନ୍ଦୋର: ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜନ ସିଂ ବର୍ମା ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଦ୍ୱାରା ଝିଅମାନଙ୍କର ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସଙ୍ଗରେ ବର୍ମା ଏଭଳି ଏକ ବିବାଦୀୟ ବୟାନ ଦେଇଛନ୍ତି | ସଜନ ସିଂ କହିଛନ୍ତି ଯେ ଯେତେବେଳେ ଝିଅମାନେ ୧୫ ବର୍ଷ ବୟସରେ ଶିଶୁ ଜନ୍ମ କରିପାରନ୍ତି, ସେତେବେଳେ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା କ’ଣ? ଯେତେବେଳେ ଝିଅମାନଙ୍କର ବିବାହ ବୟସ ୧୮ ବର୍ଷ ହୋଇସାରିଛି, ତେବେ ଏଥିରେ ପରିବର୍ତ୍ତନର ଆବଶ୍ୟକତା କ’ଣ?
ଆଉ ସୋସିଆଲ ମିଡିଆରେ ବର୍ତ୍ତମାନ ଵର୍ମାଙ୍କ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। ସେ କହିଛନ୍ତି ଯେ ଡାକ୍ତରଙ୍କ ଅନୁଯାୟୀ ଝିଅମାନଙ୍କର ୧୫ ବର୍ଷ ବୟସରେ ସନ୍ତାନ ଜନ୍ମ କରିବାର କ୍ଷମତା ରହିଛି। ତେଣୁ ସେମାନଙ୍କର ବିବାହ ବୟସ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ। ଏହାପୂର୍ବରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ କାର୍ଯ୍ୟକ୍ରମରେ ଝିଅମାନଙ୍କର ବିବାହ ବୟସକୁ ନେଇ ବିତର୍କର ଆବଶ୍ୟକତା ଥିବା କହିଥିଲେ।
/sambad/media/post_attachments/930e57f9c1264e0d24bc1ef87c2c1e69b7af6c3315c1a9995f748717d0d83858.jpg)
ଏହାକୁ ୧୮ ରୁ ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଥିଲେ। ଚୌହାନ କହିଥିଲେ ଯେ ଅନେକ ଥର ମୁଁ ଅନୁଭବ କରେ, ସମାଜରେ ଏକ ବିତର୍କ ହେବା ଉଚିତ ଯେ ଝିଅମାନଙ୍କୁ ୧୮ ବର୍ଷରେ ବିବାହ କରାଯିବା ଉଚିତ କିମ୍ବା ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/1532596598-Childbirth1.jpg)