ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ଶୋପିଆନ୍ରେ ଜାନୁଆରି ୨୭ ତାରିଖ ଦିନ ସେନାବାହିନୀର ଗୁଳି ଚାଳନା ଯୋଗୁଁ ଆଜି ଆଉ ଜଣେ ସାଧାରଣ ନାଗରିକଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ହୋଇଯାଇଥିବା ସେ ତୃତୀୟ ବ୍ୟକ୍ତଙ୍କର ନାମ ହେଉଛି ରୟିସ୍ ଅହମଦ୍।
ପୂର୍ବରୁ ଅନ୍ୟ ଦୁଇ ଜଣ ସାଧାରଣ ନାଗରିକଙ୍କର ଦେହାନ୍ତ ହୋଇଥିଲା। ସେନାବାହିନୀର ଗାଡ଼ି ଉପରକୁ ଢେଲା ଫିଙ୍ଗୁଥିବା ଉତ୍ତ୍ୟକ୍ତ ଜନତାଙ୍କୁ ଘଉଡ଼ାଇବାକୁ ସୈନିକମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହି ବିବାଦୀୟ ଘଟଣାରେ ଦୁଇ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ନଅ ଜଣ ଆହତ ହୋଇଥିଲେ।
ଘଟନା ପରେ ଜମ୍ମୁ ଓ କଶ୍ମୀର ପୁଲିସ ଦୁଇ ସେନା ଅଧିକାରୀଙ୍କ ନାମରେ ଏତଲା ଦାଏର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/62719657.jpg)